ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ ଶିକ୍ଷାଦାନ କରୁଥିବା ୩୮୮୪ ଜଣ ଶିକ୍ଷୟତ୍ରୀଙ୍କୁ ନିୟମିତ କରାଯାଇଛି । ନିଯୁକ୍ତି ହେବାର ୬ ବର୍ଷ ପୂରଣ କରିଥିବାରୁ ଏହି ଶିକ୍ଷକମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଯୁକ୍ତି ଉପରେ ମଞ୍ଜୁରୀ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ଆଇସ୍କୁଲ ରେ ଖାଲି ଥିବା ଶିକ୍ଷକ ପଦ ପୂରଣ ଦିଗରେ ପଦକ୍ଷେପ ଦିଆଯାଇଛି । ଅର୍ଥ ବିଭାଗରୁ ଅନୁମତି ମିିଳିଥିବା ୪୮୦୦ ହିନ୍ଦୀ , ସଂସ୍କୃତ , ପିଇଟି ଶିକ୍ଷକଙ୍କ ପଦ ସୃଷ୍ଟି କରାଯିବ । ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ସଂଘର ହାଇସ୍କୁଲ ଶିକ୍ଷକ ସଂଘା ଉପଦେଷ୍ଟ୍ରା ପ୍ରଭାତ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଏବଂ ସଂଘର କର୍ମକର୍ତ୍ତାମାନେ ମଧ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।