ପୁରୀ(ଏଟିଆର ବ୍ୟୁରୋ):ପୁରୀ ମନ୍ଦିରରେ ଆଜି ହେଉଛି ମହାପ୍ରଭୁଙ୍କ ବନକଲାଗି ନୀତି । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ୪ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥାଏ । ବିଧି ଅନୁଯାୟୀ ବୁଧବାର ଶ୍ରୀଜିଉଙ୍କର ବନଲାଗି ବେଶ ଅନୁଷ୍ଟିତ ହେବ । ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ବନଲାଗି ବିଧି ଗୁପ୍ତସେବା ଶେଷ କରିବେ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ , ବଳଭଦ୍ର , ଦେବୀ ଶୁଭଦ୍ରା, ଓ ସୁଦର୍ଶନଙ୍କର ପ୍ରାକୃତିକ ରଙ୍ଗରେ ଶିଙ୍ଗାର ସମ୍ପନ୍ନ କରାଯିବ । ଶ୍ରୀଜିଉଙ୍କର ଶ୍ରୀମୁଖ ସିଂହାର ପାଇଁ ହିଙ୍ଗୁଳ ,ଶଂଙ୍ଖ, କେଶର , କଇଁଥ , ଅହା , ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବନକକୁ ବ୍ୟବହାର କରାଯାଏ ।
ଏହି ସେବା ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିଥାଏ । ପ୍ରାକୃତିକ ପ୍ରଣାଳୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯାଏ ।