ଭୁବନେଶ୍ୱର(ଏଟିଆର ବ୍ୟୁରୋ):କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପାଳନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଆଜିଠୁ ଗାନ୍ଧୀମାର୍ଗରେ ଆରମ୍ଭ ହେବ ପରେଡ୍ ରିହଲସଲ । ଏଥି ପାଇଁ କମିସନର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରେଡ ସ୍ଥଳରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ରାଜ୍ୟପାଳ ପ୍ରଫେସର ଗଣେଷ ଲାଲ ପରେଡରେ ଅଭିଭାବାଦନ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।ପରେଡ ସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ରହିବ ।ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ ପୋଲିସ ବରିଷ୍ଠ ଅଧିକାରୀ ।
ପରେଡର ରିହଲସଲ ପାଇଁ ପୋଲିସ ବ୍ୟାଣ୍ଡ ସହ ୧୮ ଟି ଗ୍ରୁପ୍ ଭାଗ ନେବେ । ଏବଂ ଏଥିରେ କେବଳ ବନ୍ଧୁକଧାରୀ ପୋଲିସ ଭାଗ ନେବେ । ପୂର୍ବରୁ କରାଯାଇଥିବା ନିୟମ ଅନୁସାରେ ଏହି ପରେଡରେ ସ୍କୁଲ ଛାତ୍ରଛାତ୍ରୀ , ସ୍କାଉଟ ଓ ଗାଇଡ ପିଲା ଭାଗ ନେଇପାରିବେ ନାହିଁ ।