ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଅନେକ ଜିନିଷ ବ୍ୟବହାର କରିଥାନ୍ତି । ଯେପରିକି ଧନିଆ, ହେଙ୍ଗୁ, କସୁରୀମେଥି ଇତ୍ୟାଦି । ଏହାକୁ ବ୍ୟବହାର କରିବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଖାଦ୍ୟର ସ୍ୱାଦ ବଢାଉଥିବା ଏହି ଛୋଟ ଜିନିଷର ବଡ ଗୁଣ ରହିଛି । ଏହାସହିତ ଏହାକୁ ନିୟମିତ ସେବନ କରିବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ । ତେବେ ଆଜି ଆସନ୍ତୁ ଜଣିବା କସୁରୀମେଥିର ଫାଇଦା ବିଷୟରେ ।
ପିରିୟର୍ଡସରୁ ନେଇ ମେନୋପୋଜ ପର୍ଯ୍ୟନ୍ତ ଜଣେ ମହିଳା ଶରୀରର ଅନେକ ପରିବର୍ତ୍ତନର ସମ୍ମୁଖୀନ ହୋଇଥାଏ । କାରଣ ଏଥି ମଧ୍ୟରୁ ଅଧିକାଂଶ ପେଟ ସହିତ ଜଡିତ । ଏହା ପାଚନ ପ୍ରକ୍ରିୟାକୁ ଖରାପ କରିଥାଏ । ସେଥିପାଇଁ ଆପଣ ଭୋଜନରେ ସୁଖିଲା ମେଥି ପତ୍ର ସାମିଲ କରିବା ଭଲ ବିକଳ୍ପ । ସେହିପରି କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ପାଇଁ କସୁରୀ ମେଥିକୁ ୫ ମିନିଟ ପର୍ଯ୍ୟନ୍ତ ଫୁଟାଇ ନିଅନ୍ତୁ । ଏହାପରେ ଥଣ୍ଡା ହେବା ପର ସେଥିରେ ସାମାନ୍ୟ ମହୁ ମିଶାଇ । ସେହି ପାଣିକୁ ସେବନ କରନ୍ତୁ ।
ଯେଉଁମାନଙ୍କର ପେଟ ଇଂଫେକ୍ସନ ରହୁଥିବ ସେମାନଙ୍କୁ ପ୍ରତ୍ୟେକ ଦିନ କସୁରୀ ମେଥୀ ସେବନ କରିବା ଉଚିତ୍ । ଏହାବ୍ୟତିତ ଏହାକୁ ନିୟମିତ ସେବନ କରିବା ଦ୍ୱାରା ହାର୍ଟ, ଗ୍ୟାସଟ୍ରିକ ଏବଂ ଅନ୍ତ ସମସ୍ୟା ହୋଇନଥାଏ ।
ଦେଶରେ ପ୍ରତ୍ୟେକ ୪ ରୁ ୩ ଜଣ ମହିଳା ଏନିମିୟାର ଶିକାର ହୋଇଥାନ୍ତି । ଏଭଳି ସ୍ଥିତିରେ ମହିଳାଙ୍କ ପାଇଁ ମେଥି ସେବନ ଫାଇଦା ହୋଇଥାଏ । କାରଣ ଏଥିର ପ୍ରଚୁର ପରିମାଣର ଆଇରନ୍ ରହିଥାଏ । ଯାହା ଶରୀରରେ ହିମୋଗ୍ଲୋବିନ ସ୍ତରକୁ ବଢାଇଥାଏ ।
କସୁରୀ ମେଥୀ ପତ୍ରକୁ ଚୋବାଇବା ଦ୍ୱାର ବହୁତ କମ ଦିନରେ ଓଜନ ହ୍ରାସ କରାଇ ପାରିବେ । ଏହାକୁ ଖାଲି ପେଟର ସେବନ କରିବେ ।
ମେଥିରେ ଆଣ୍ଟି-ଡାଏବେଟିଜ୍ ଗଚଣ ରହିଛି । ଯାହା ବ୍ଲଡ ସୁଗାର କୁ ନିୟନ୍ତ୍ରିତ କରି ପାରିବ । ଏହା ଟାଇପ୨ ଡାଏବେଟିଜ୍ ହେବା ଆଶଙ୍କାକୁ କମ କରିଥାଏ । ସେଥିପାଇଁ ମେଧୁମେହ ରୋଗୀ ଏହାକୁ ନିୟମିତ ସେବନ କରିବା ଉଚିତ୍ ।