ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷତ କରିଛନ୍ତି ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ । ଏହାସହିତ ରାମମନ୍ଦିର ନିର୍ମାଣ ପାଇଁ ଆର୍ଥିକ ଯୋଗଦାନ କରିଛନ୍ତି ସୋନୁ । ରବିବାର ରାତିରେ ଅଯୋଧ୍ୟାରେ ପହଁଚିଥିଲେ ସୋନୁ । ରାମ ଲଲାଙ୍କ ଦର୍ଶନ ପରେ ସୋନୁ କହିଛନ୍ତିି କି, ବହୁତ ଦିନ ହେବ ଅଯୋଧ୍ୟା ଆସିବାର ଇଛା ଥିଲା । ଅଧିକାଂଶ ସମୟ ଦୁବାଇ ରହିଥାଏ କିନ୍ତୁ ଏଥରକ ଦୀର୍ଘ ଦିନ ହେବ ମୁମ୍ବାଇରେ ରହିଥିବାରୁ ଅଯୋଧ୍ୟା ଆସିବାର ସୌଭାଗ୍ୟ ପ୍ରାପ୍ତି ହୋଇଛି । ଏବେ ଶୀରାମଙ୍କୁ ଦର୍ଶନ କରି ମନ ଶାନ୍ତି ଏବଂ ଆନନ୍ଦ ଅନୁଭବ ହୋଇଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ରାମ ମନ୍ଦିର ନିର୍ମାଣର କଳ୍ପନା ପୁରାତନ କାଳରୁ ଅଧା ରହିଥିଲା, ଯାହା ଏବେ ପୁରଣ ହେବାକୁ ଯାଉଛି । ସମସ୍ତ ଦେଶବାସୀଙ୍କୁ ଅପିଲ କରୁଛି କି, ରାମମନ୍ଦିର ନିର୍ମାଣରେ ନିଜର ସହଯୋଗ କରନ୍ତୁ ।
ଏହାସହିତ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରି କହିଛନ୍ତି କି, ମୁଁ ତାଙ୍କର ପ୍ରଶଂସକ । ବଲିଉଡର ମୂଳ କେନ୍ଦ୍ର ହେଉଛି ମୁମ୍ବାଇ କିନ୍ତୁ ଯଦି ଉତ୍ତରପ୍ରଦେଶରେ ବି ଫିଲ୍ମ ସୁଟିଂ ପାଇଁ ରାସ୍ତା ଖୋଲନ୍ତି ତେବେ ଆହୁରି ଭଲ ହୁଅନ୍ତା ।