ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଗତକାଲି ଦିଲ୍ଲୀରେ କରାଯାଇଥିବା ଟ୍ରାକ୍ଟର ରାଲିରେ ହିଂସାକାଣ୍ଡ ଯୋଗୁଁ ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲାଲକିଲ୍ଲା ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।ଅନ୍ନଦାତା ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ୩୦୦ ରୁ ଅଧିକ ପୋଲିସ ଆହତ ହୋଇଛନ୍ତି ।
ନିକଟରେ ଥିବା ଜାମା ମସଜିଦ ମେଟ୍ରୋ ଷ୍ଟେସନର ପ୍ରବେଶକୁ ବନ୍ଦ କରି ଦିଆଯାଇଛି । ଏହାସହ ଗତକାଲି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ୨୨ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ଦିଲ୍ଲୀ ମହାନଗର ନିଗମର ପୂର୍ବାଞ୍ଚଳ ରେଞ୍ଜରେ ୫ ଟି ମାମାଲା ରୁଜୁ ହୋଇଛି ।
ସୁରକ୍ଷାକୁ ଦୃଷ୍ଟରେ ରଖି ଗାଜିପୁର ମଣ୍ଡି , ଏନ୍ଏଚ୍ ୯ ଏବଂ ଏନଏଚ ୨୪ କୁ ବନ୍ଦ କରି ଦିଆଯାଇଛି । ପଦର୍ଶନକାରୀଙ୍କୁ ଘଉଡେଇବା ପାଇଁ ଲୁହାବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଛି । ନିୟନ୍ତ୍ରଣ ଅତି ଅଣାୟତ ହେବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯିବା ସହ ୱାଟର କ୍ୟାନନରୁ ପାଣି ମାଡ କରାଯାଇଥଲା ।
ଆହ ହୋଇଥିବା ପୋଲିସଙ୍କ ମଧ୍ୟରୁ ଉତ୍ତର ଦିଲ୍ଲୀର ୪୧ ଜଣ , ପୂର୍ବ ଦିଲ୍ଲୀର ୩୪ , ପଶ୍ଚିମ ଦିଲ୍ଲୀର ୨୭ , ଦ୍ୱାରିକାର ୩୨ , ଉତ୍ତର ଜିଲ୍ଲା ବାହାରେ ୧୨ , ଶାହାଦାରର ୫ , ଦକ୍ଷିଣ ଜିଲ୍ଲାର ୪ ଓ ଦିଲ୍ଲୀ ବାହାରର ୭୫ ଜଣ ପୋଲିସ ଆହତ ହୋଇଛନ୍ତି ।
ଦିଲ୍ଲୀର ଏଭଳି ସ୍ଥିତି କୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ଗଠିତ ହୋଇଥିବା କମିଟିର ବୈଠକକୁ ରଦ୍ଦ କରିଦିଆଯାଇଛି । ଆସନ୍ତା ଜାନୁଆରୀ ୨୯ ରେ ଏହି ବୈଠକ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି ।