ଭୁବନେଶ୍ୱର(ଏଟିଆର ବ୍ୟୁରୋ):କେନ୍ଦ୍ର ସରକାର ଉପକୂଳ ରାଜପଥ ପ୍ରକଳ୍ପର ନକ୍ସା ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ତଳେ ଯେଉଁ ମାର୍ଗକୁ ଅନୁମୋଦନ କରିଥିଲେ ତାକୁ ମଧ୍ୟ ପରିବର୍ତ୍ତନ କରିଦିଆଯାଇଥିବା କଥା ଜଣାପଡିଛି । ଯୋଜନା ସମୟରେ ଯେଉଁ ନକ୍ସା ପ୍ରସ୍ତୁତ ହୋଇଥଲା ସେଥିରେ ଅଚାନକ ୬ ବର୍ଷ ମଧ୍ୟରେ ପରିବିର୍ତ୍ତନ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ବିସ୍ମିତ କରିଛି ।
କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ , ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟିର ଆପତ୍ତିକୁ ଦୃଷ୍ଟିରେ ରଖି ଯେଉଁ ରାଜପଥ ମାର୍ଗର ନକ୍ସା ପ୍ରସ୍ତୁତ ହୋଇଛି ତାହା ଖୋର୍ଧାର ଟାଙ୍ଗୀ ର ଜାତୀୟ ରାଜପଥ ୧୬ ଠାରୁ ଆରମ୍ଭ ହେବ ।
ଏବଂ ଏହା ପୁରୀ, କୋଣାର୍କ, ଅସ୍ତରଙ୍ଗ , ନାଉଗାଁ , ପାରାଦ୍ୱୀପ ପୋର୍ଟ ରତନପୁର ଜାତୀୟ ରାଜପଥ ୫୩ ରେ ଶେଷ ହେବ । ଏହି ନୁଆ ରାଜପଥର ଲମ୍ବ ଓଡିଶାର ମୋଟ ୧୭୭ କିଲୋମିଟର ରୁ ୧୧୯ କିଲୋମିଟର ପର୍ଯ୍ୟନ୍ତ ରହିବ । ଏବଂ ଏହି ରାଜପଥରେ ପ୍ରାୟ ୨୭୬୫ କୋଟି ୮୧ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହେବ ପୋଲି କୁହାଯାଇଛି ।
ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ୪୪୦ କିମି କୋଷ୍ଟାଲ ହାଇୱେ ଖୁବ୍ ଶାଘ୍ର ନିର୍ମାଣ ହେବ । ଏହି ହାଇୱେ ନିର୍ମାଣ ହେଲେ ଓଡିଶାର ପର୍ଯ୍ୟଟକ , ବାଣିଜ୍ୟ କ୍ଷେତ୍ରରେ ଏକ ବରାଟ ଯୋଗଦାନ ହେବ ବୋଲି ଆଶା ସଞ୍ଚାର ହୋଇଥିଲା ।