ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରାଯିବ । କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ରାଜ୍ୟର ସରକାରୀ ଅଫିସଗୁଡ଼ିକ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ।
ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ , ଫେବ୍ରୁଆରୀ ୧ତାରିଖରୁ କଟକ ଭୁବନେଶ୍ୱର ସମସ୍ତ କାର୍ଯ୍ୟାଳୟ ୧୦୦ % କର୍ମଚାରୀଙ୍କୁ ନେଇ ଚାଲିବ । କିନ୍ତୁ ପୂର୍ବଭଳି ସମସ୍ତ ଶନିବାର ଓ ରବିବାର ସରକାରୀ ଅଫିସ ଛୁଟି ରହିବ ।ରାଜ୍ୟର ଅନ୍ୟ ସବୁଠି ସମସ୍ତ ସରକାରୀ କାର୍ଯ୍ୟାଳୟ ପୂର୍ବଭଳି ଶନିବାର ବନ୍ଦ ରହିବ ।
୨୦୨୦ ଜୁନ ୮ ତାରିଖରେ ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ଯଦି କୈାଣସି କର୍ମଚାରୀ କୋଭେିଡ ସଂକ୍ରମଣ ଚିହ୍ନଟ ହୁଅନ୍ତି ତେବେ ସମ୍ପକ୍ତ ଅଫିସକୁ ୨୦୨୦ ଜୁଲାଇ ୨୩ ତାରିଖରେ ଜାରି ହୋଇଥିବା ପ୍ରୋଟକଲକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅଫିସରେ ଶତପ୍ରତିଶତ କର୍ମଚାରୀ ରହିଥିଲେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ରହିବ ବୋଲି ସାଧାରଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅଫିସରେ ଶତପ୍ରତିଶତ କର୍ମଚାରୀ ଥିଲେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ୟା ହେବ , ସେଠାରେ କତ୍ତୃପକ୍ଷ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି ।