ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହର ପରିଭାଷା ଅଲଗା ହୋଇଥାଏ । ଭାରତୀୟ ଜ୍ୟୋତିଷ ଏବଂ ପୌରାଣିକ କଥାରେ ୯ ଟି ଗ୍ରହକୁ ଗଣାଯାଇଥାଏ । ଯେପରିକି ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି, ରାହୁ, ଏବଂ କେତୁ । ସେଥିମଧ୍ୟରୁ ସୂର୍ଯ୍ୟଙ୍କ ବିଷୟରେ କିଛି ଖାସ୍ କଥା ରହିଛି ଯାହାକୁ ହୁଏତ ସମସ୍ତେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା..
– ସମସ୍ତ ଗ୍ରହଙ୍କ ମୁଖିଆ ହେଉଛନ୍ତି ସୂର୍ଯ୍ୟ ।
– ବୈଦିକ କାଳରୁ ହିଁ ଭାରତରେ ସୂର୍ଯ୍ୟୋପାସନା ପ୍ରଚଳିତ ହୋଇ ଆସୁଛି ।
– ସୂର୍ଯ୍ୟଙ୍କ କେଶ ଏବଂ ହାତ ସୁନାର ହୋଇଥାଏ ।
– ସୂର୍ଯ୍ୟଦେବଙ୍କ ରଥକୁ ୭ଟି ଘୋଡା ଭିଡିଥାନ୍ତି, ଯିଏକି ୭ ଚକ୍ରର ପ୍ରତିନିଧିତ୍ୱ କରନ୍ତି ।
– ରବି ରୂପେ ରବିବାରର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ।
– ବେଦରେ ସୂର୍ଯ୍ୟଙ୍କୁ ଜଗତର ଆତ୍ମା ବୋଲି କୁହାଯାଇଥାଏ ।
– ସୂର୍ଯ୍ୟଙ୍କଠାରୁ ହିଁ ଏହି ପୃଥିବୀରେ ଜୀବନ ଅଛି ।
– ଜ୍ୟୋତିଷଶାସ୍ତ୍ରରେ ନବଗ୍ରହରେ ସୂର୍ଯ୍ୟଙ୍କୁ ରାଜାଙ୍କ ପଦ ପ୍ରାପ୍ତ ହୋଇଛି ।
– ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିତ୍ୟ ଅର୍ଘ୍ୟ ଦେବା ଉଚିତ୍ ।
– ମନ୍ତ୍ର ‘ଓଁ ଘୃଣି ସୂର୍ଯ୍ୟାୟ ନମଃ’ ।
– ପ୍ରତିଦିନ ଏକ ନିଶ୍ଚିତ ସଂଖ୍ୟାରେ ସୂର୍ଯ୍ୟମନ୍ତ୍ର ଜପିବା ଉଚିତ୍ ।
– ସୃଷ୍ଟିରେ ସର୍ବପ୍ରଥମେ ସୂର୍ଯ୍ୟସ୍ୱରୂପ ପ୍ରକଟ ହୋଇଥିଲେ ସେଥିପାଇଁ ତାଙ୍କ ନାଁ ଆଦିତ୍ୟ ପଡିଥିଲା ।