ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଦେଶରେ ବର୍ଷ ୨୦୨୧-୨୨ ପାଇଁ ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଏହି ଅବସରରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ଘୋଷଣା କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ରାଜପଥ ନେଇ ଘୋଷଣା କରିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ପଶ୍ଚିମବଙ୍ଗ ରାଜପଥରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହାସହିତ ପଶ୍ଚିମବଙ୍ଗରେ ୬୭୫ କିଲୋମିଟରର ଲମ୍ବା ହାଇୱେ ନିର୍ମାଣ କରାଯିବ । ଏହାବ୍ୟତିତ ୮୫୦୦ କିଲୋମିଟରର ରାସ୍ତା ନିର୍ମାଣ ହେବ ।