ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ତୃତୀୟ ଥର ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ଅବସରରେ ନିର୍ମଳା କହିଛନ୍ତି ସରକାର ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏହି ବଜେଟରେ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ନୂଆ ନୀତି ପ୍ରଣୟନ କରାଯାଇଛି ।
ଦେଶରେ ୧୦୦ ରୁ ଅଧିକ ସୈନିକ ସ୍କୁଲ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି । ଏଥି ପାଇଁ ପ୍ରତି ସ୍କୁଲ ପିଛା ୨୦ ରୁ ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ପାହାଡିଆ ଅଞ୍ଚଳରେ ୪୮ କୋଟି ଟଙ୍କା ଖର୍ଚ୍ଚ ହେବ । ଆଦିବାସୀ ଅଞ୍ଚଳରେ ୭୫୮ ଟି ଏକ୍ସକ୍ଲୁସିଭ ସ୍କୁଲ ନିର୍ମାଣ କରାଯିବ । ଏଥିପାଇଁ ଗୋଟେ ବିଦ୍ୟାଳୟରେ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲରେ ଜନଗଣନା କାର୍ଯ୍ୟକ୍ରମ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ୪ କୋଟି ଛାତ୍ରଙ୍କ ପାଇଁ ସରକାର ୩୫ ହଜାର କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଛନ୍ତି । ଏହା ଦ୍ୱାରା ୪୦ ନିୟୁତ ଶିକ୍ଷାର୍ଥୀ ଉନକୃତ ହୋଇ ପାରନ୍ତି । ସେହିପରି ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପାଇଁ ୫୦ ହଜାର କୋଟି ଟଙ୍କା ବ୍ୟୟପରାଦ କରାଯାଇଛି ।
ଦେଶରେ ଉଚ୍ଚଶିକ୍ଷା କମିଶନ ଗଠନ କରାଯିବା ସହ ଚଳିତ ବଷରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।