ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବଜେଟ ୨୦୨୧-୨୨ ରେ କୃଷକଙ୍କ ପାଇଁ ଆଉ ଏକ ଘୋଷଣା କରିଛନ୍ତି । ବଜେଟରେ ସରକାର କୃଷି ଋଣ ର ଲିମିଟ୍ କୁ ବୃଦ୍ଧି କରାଇଛନ୍ତି । ସରକାର ଏଥରକ କୃଷକଙ୍କୁ ୧୬.୫ ଲକ୍ଷ କୋଟି ପର୍ଯ୍ୟନ୍ତ ଋଣ ଦେବାର ଲକ୍ଷ୍ୟ ରଖିଛନ୍ତି । ବଜେଟରେ ସରକାର ପଶୁପାଳନ, ଡାଏରୀ, ମାଛ ଚାଷ ସହ ଜଡିତ କୃଷକଙ୍କ ଆମଦାନୀ ବଢାଇବା ଉପରେ ଫୋକସ କରିଛନ୍ତି ।
ସୂଚନଯୋଗ୍ୟ, ପ୍ରତ୍ୟେକ ବର୍ଷ ବଜେଟରେ ସରକାର କୃଷି ଋଚ୍ଚର ଟାର୍ଗେଟକୁ ବଢାଇଥାନ୍ତି । ବର୍ଷ ୨୦୨୦-୨୧ ପାଇଁ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣର ଲକ୍ଷ ରଖାଯାଇଥିଲା କିନ୍ତୁ ଏଥରକ ଦେଶରେ କୃଷି ଆଇନ ବିରୋଧରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି । ତାହାକୁ ଦୃଷ୍ଟିରେ ରଖି ମୋଦି ସରକାରଙ୍କ ନିଷ୍ପତି ଗୁରୁତ୍ୱପୂର୍ଣ୍ଣ ରହିଛି ।