ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ରାଜ୍ୟକୁ ଫେରିଛି ଶୀତ । ରାଜ୍ୟରେ ବିଭିନ୍ନ ସ୍ଥାନ ଏବେ କାଲୁଆ ପବନରେ ଥରୁଛି । କଟକ, ବଲାଙ୍ଗିର, ବାଲେଶ୍ୱର, କନ୍ଧମାଳ ପର୍ଯ୍ୟନ୍ତ ସବୁ ସ୍ଥାନରେ ବହୁଛି କାଲୁଆ ପବନ । ସନ୍ଧ୍ୟାରୁ ଆରମ୍ଭ କରି ସକାଳ ପର୍ଯ୍ୟନ୍ତ ଏହି କାଲୁଆ ପବନ ବହୁଛି । ଏହାସହିତ ୯ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଥିବା ରେକର୍ଡ କରାଯାଇଛି ।
ଅନ୍ୟପଟେ ଏହି ଶୀତ ଲହରି ଆସନ୍ତା ୪ ତାରିଖ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ତଳକୁ ଖସିବ । ଯାହାଫଳରେ ପ୍ରବଳ ଥଣ୍ଡା ଅନୁଭବ ହେବ । ଯେଉଁଥିପାଇଁ ୧୬ ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି ।
ପ୍ରବଲ ଶୀତ ଲହରୀକୁ ଦୃଷ୍ଟିରେ ରଖି କନ୍ଧମାଳ, ବଲାଙ୍ଗିର, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ୱର, ଭଦ୍ରକ, ନୟାଗଡ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, ଅନୁଗୁଳ, ବରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା,ନୂଆପଡା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।