ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରର କୃଷି ଆଇନକୁ ନେଇ ଜାରି ରହିଛି କୃଷକ ଆନ୍ଦୋଳନ । ପାଖାପାଖି ୭୦ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି କୃଷକ ।ଏହାରି ମଧ୍ୟରେ ପୁଣି ଥରେ ଫେବୃଆରୀ ୬ ରେ ଭାରତ ବନ୍ଦ ଘୋଷଣା କରିଛନ୍ତି କୃଷକ ସଂଘ । ଗତକାଲି ସଂଯୁକ୍ତ ମୋର୍ଚ୍ଚାର ବୈଠକରେ ସହମତି ପରେ ଭାରତୀୟ କୃଷକ ୟୁନିଅନ ନେତା ବଲବୀର ସିଂହ ରାଜେୱାଲ ଏନେଇ ସୂଚନା ଦେଇଥିଲେ ।
କୃଷକଙ୍କ ଏହି ଭାରତ ବନ୍ଦ ଘୋଷଣାକୁ କଂଗ୍ରେସର ବରିଷ୍ଠ ନେତା ବୁଟା ସିଂ ସମର୍ଥନ କରିଛନ୍ତି । ଫେବୃଆରୀ ୬ ରେ ତିନି ଘଣ୍ଟା ଅର୍ଥାତ ଦିନ ୧୨ ଟାରୁ ୩ ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ ଅଖ ଚକ ସବୁକିଛି ବନ୍ଦ ରହିବ ।
ଏହି କୃଷି ଆଇନ ବିରୋଧରେ ଜାନୁଆରୀ ୨୬ ରେ ଟ୍ରାକ୍ଟର ରାଲି କରିଥିଲେ କୃଷକ ସଂଘ । ଯେଉଁଥିରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।
ଏହାପୂର୍ବରୁ ଡିସେମ୍ବର ୮ ରେ ବି ଭାରତ ବନ୍ଦର ଘୋଷଣା କରିଥିଲେ କୃଷକ ସଂଘ । ଯାହାର ପ୍ରଭାବ ଦେଶର ଅନେକ ରାଜ୍ୟରେ ଦେଖିବାକୁ ମିଳିଥିଲା ।