ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ଆଜି ଡେଟସିଟ୍ ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କୁ କେବଳ ମେ’ ୪ ରେ ପରୀକ୍ଷା ହେବ ବୋଲି କୁହାଯାଇଥିଲା କିନ୍ତୁ ଏବେ ଛାତ୍ରଛାତ୍ରୀ ସେମାନଙ୍କର ବିଷୟ ଅନୁଯାୟୀ ସିଡ୍ୟୁଲ ବି ଦେଖିପାରିବେ । ଏନେଇ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ ଯୋଗେ ଡେଟସିଟ୍ ସେୟାର କରିଛନ୍ତି ।
Date-sheet of @cbseindia29 board exams of class X.
Wish you good luck!#CBSE pic.twitter.com/o4I00aONmy— Dr. Ramesh Pokhriyal Nishank (@DrRPNishank) February 2, 2021
Date-sheet of @cbseindia29 board exams of class Xll.
Wish you good luck!#CBSE pic.twitter.com/LSJAwYpc7j— Dr. Ramesh Pokhriyal Nishank (@DrRPNishank) February 2, 2021
ବୋର୍ଡ ପକ୍ଷରୁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଡେଟସିଟ୍ ଜାରି ହେବା ପରେ ଏବେ ଛାତ୍ରଛାତ୍ରୀ ସିବିଏସଇ ର ଅଫିସିଆଲ ୱେବସାଇଟ ସିବିଏସଇ.ଜିଓଭି.ଇନ୍ ରୁ ଡାଉନଲୋଡ କରି ପାରିବ । ଏହାସହିତ ଚଳିତବର୍ଷ ବୋର୍ଡ ପକ୍ଷରୁ ପରୀକ୍ଷା ପାଇଁ ଲାଗୁ ହେବାକୁ ଥିବା ନିୟମ ର ସୂଚନା ମଧ୍ୟ ଡେଟସିଟ୍ ରେ ଦିଆଯାଇଛି ।
ଡେଟସିଟ୍ ଡାଉନଲେଶଡ କରିବାକୁ ହେଲେ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ସିବିଏସଇ ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଏହାପରେ ଅପଡେଟ ସେକ୍ସନ ଭିତରେ ଡେଟସିଟ୍ ର ଲିଙ୍କ ଉପରେ କ୍ଲିକ କରିବାକୁ ହେବ । ପୁଣି ନିଜ ଶ୍ରେଣୀ ଚୟନ କରି ଡେଟସିଟ୍ ର ପିଡିଏଫ ଫାଇଲ ଡାଉନଲୋଡ କରିପାରିବେ ।