ପୁରୀ (ଏଟିଆର ବ୍ୟୁରୋ): ଶ୍ରିମନ୍ଦିରରେ ଶ୍ରୀଜିଉଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ନୀତି କରାଯିବ । ରତ୍ନବେଦୀରେ ଦତ୍ତପହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
ଦତ୍ତମହାପାତ୍ର ସେବକମାନେ ହରିତାଳ, ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, କଳା ଆଦି ଦେଶୀୟ ରଙ୍ଗରେ ଶୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି । ଏହି ନୀତି ଅନୁଷ୍ଠିତ ହେବା ସମୟରେ ମହାପ୍ରଭୁଙ୍କୁ କେହି ଦର୍ଶନ କରିବେ ନାହିଁ । ସେଥିପାଇଁ ଆଜି ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ ଅପରାହ୍ନ ୪ଟାରୁ ରାତି ୮ ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।