ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମସ୍ତ ଘରେ ଏକ ସ୍ୱତନ୍ତ୍ର ପୁଜା ମନ୍ଦିର ରହିଥାଏ । ଘରେ ଏହି ମନ୍ଦିରର ବିଶେଷ ମହତ୍ୱ ରହିଛି । ଏହାକୁ ପବିତ୍ର ସ୍ଥାନ ବୋଲି କୁହାଯାଇଥାଏ । ସେହି ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ସ୍ଥାପନା କରାଯାଇଥାଏ । ବିଶ୍ୱାସ ରହିଛି ଯେ ଭଗବାନଙ୍କ ମୂର୍ତ୍ତି ଯେଉଁଠି ଥାଏ ସେଠୁ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମନ୍ଦିର ନିର୍ମାଣ କରି ମୂର୍ତ୍ତି ସ୍ଥାପନା କରିବା ଦ୍ୱାରା ମାନସିକ ଶାନ୍ତି ସହିତ ଜୀବନରେ ସୁଖ ସମୃଦ୍ଧି ଖେଳି ଉଠିଥାଏ । ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି କି ମନ୍ଦିର କିମ୍ବା ଭଗବାନଙ୍କ ମୂର୍ତ୍ତି ସମ୍ନାରେ କୌଣସି ଖରାପ କାମ କରିବା ଅନୁଚିତ୍ । କିନ୍ତୁ ଘରେ ମୂର୍ତ୍ତି ରଖିବା ପାଇଁ ମଧ୍ୟ କିଛି ନିୟମ ରହିଛି ।
ଶୋଇବା ଘରେ ଭଗବାନଙ୍କ ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ଯଦି ଆପଣ ରଖିଛନ୍ତି ତାହାଦ୍ୱାରା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପଡିଥାଏ । ଏଭଳି କରିବା ଦ୍ୱାରା ଜୀବନରେ କୌଣସି ସୁଖ ମିଳି ପାରିନଥାଏ । ପରିବାରରେ ଅଶାନ୍ତି ଦେଖାଦେଇଥାଏ । କିନ୍ତୁ କିଛି ମାମଲାରେ ଏହି ନିୟମ ଲାଗୁ ହୋଇନଥାଏ । ଯଦି କୌଣସି ମହିଳା ଗର୍ଭବତୀ ଅଛନ୍ତି ତେବେ ତାଙ୍କ ଶୋଇବା ଘରେ ଗୋପାଳଙ୍କ ମୂର୍ତ୍ତି ରଖାଯାଇଥାଏ । ଏହାଦ୍ୱାରା ମହିଳାମାନଙ୍କ ମନରେ ସଦବିଚାର ଆସିଥାଏ । ଯାହାର ପ୍ରଭାବ ତାଙ୍କ ପିଲା ଉପରେ ପଡିଥାଏ ।