ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣ ଜନତାଙ୍କୁ ଝଟକା । ବଢିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ । ସରକାରୀ ତୈଳ କମ୍ପାନୀ ପକ୍ଷରୁ ରନ୍ଧନ ଗ୍ୟାସ ସିିଲିଣ୍ଡର ଦାମ୍ ବୃଦ୍ଧି କରାଯାଇଛି । ପତ୍ୟେକ ମାସରେ ଏଲପିଜି ସିିଲିଣ୍ଡର ଦାମରେ ସମୀକ୍ଷା କରିଥାଏ କମ୍ପାନୀ । ପ୍ରତ୍ୟେକ ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ, ସେହିଅନୁଯାୟୀ ଏଲପିଜି ଦାମରେ ଅନ୍ତର ଆସିଥାଏ । ଆଜିଠୁ ଆପଣଙ୍କୁ୧୪.୨ କିଲୋଗ୍ରାମର ଅଣସବସିଡ୍ ଯୁକ୍ତ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ଅବଶ୍ୟ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମ କମ ହୋଇଛି ।
ଆଇଓସିଏଲ ର ୱେବସାଇଟ ଅନୁସାରେ, ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ-ସବସିଡି ଏଲପିଜି ସିଲିଣ୍ଡର ୨୫ ଟଙ୍କା ମହଙ୍ଗା ହୋଇଛି । ଦର ବୃଦ୍ଧି ହେବା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ସିଲିଣ୍ଡରର ଦାମ ୬୯୪ ରୁ ୭୧୯ ହୋଇଛି । କୋଲକାତାରେ ଏହାର ଦାମ ୭୨୦.୫୦ ଟଙ୍କ ରୁ ବୃଦ୍ଧି ହୋଇ ୭୪୫.୫୦ ଟଙ୍କା ହୋଇଛି ।, ଚେନ୍ନାଇରେ ୭୧୦ ଟଙ୍କାରୁ ବୃଦ୍ଧି ହୋଇ ୭୩୫ ହୋଇଛି । ଏହାପୂର୍ବଣୁ ଡିସେମ୍ବର ୧୫ ରେ ଦାମ୍ ରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା ।
ଅନ୍ୟପଟେ ୧୯ କିଲୋଗ୍ରାମର କର୍ମସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ଛଅ ଟଙ୍କା ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡରର ଦାମ ୧୫୩୯ ଟଙ୍କାରୁ ହ୍ରାସ ହୋଇ ୧୫୩୩ ଟଙ୍କା ହୋଇଛି । କୋଲକାତାରେ ଏହାର ଦାମ ୫.୫ ଟଙ୍କା ହ୍ରାସ ହୋଇଛି । ଏହାପରେ ସିଲିଣ୍ଡରର ଦାମ ୧୬୦୪ ଟଙ୍କାରୁ ହ୍ରାସ ହୋଇ ୧୫୯୮.୫୦ ଟଙ୍କା ହୋଇଛି । ମୁମ୍ବାଇ ଏବଂ ଚେନ୍ନାଇରେ ୫.୫ ଟଙ୍କା ହ୍ରାସ ହୋଇଛି ।