ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଶାରେ ପ୍ରତିଷ୍ଠା ହେବ ବଜ୍ରାଘାତ ଗବେଷଣା କେନ୍ଦ୍ର । ଦେଶରେ ପ୍ରଥମ ଥର ପାଇଁ ଖୋଲିବ ଏହି ଅନୁସନ୍ଧାନ କେନ୍ଦ୍ର । ଏନେଇ ଭୁବିଜ୍ଞାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଇସ୍ରୋ , ଡିଆରଡିଓ ସହଯୋଗରେ ବାଲେଶ୍ୱର ନିକଟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ଏହି କେନ୍ଦ୍ର ପ୍ରତିଷ୍ଠା କରିବା ଦ୍ୱାରା ବ୍ରଜାଘାତକୁ ନେଇ ସଠିକ ତଥ୍ୟ ବା ସୂଚନା ମିଳିପାରିବ । ଯାହାଫଳରେ ଅନେକ ଲୋକଙ୍କ ଧନଜୀବନ ବଞ୍ଚି ପାରିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୁତ୍ୟୃଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବଜ୍ରାଘାତର ନିର୍ଭୁଲ ତଥ୍ୟ ପାଇଁ ବଜ୍ରାଘାତ ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି ।
ଜୁନ ଓ ଏପ୍ରିଲ ମଧ୍ୟରେ ଓଡିଶାରେ ଅନେକ କାଳବୈଶାକ୍ଷୀ , ଘଡଘଡି ଓ ବାତ୍ୟା ହୋଇଥାଏ । ଯାହା ଫଳରେ କି ଅନେକ ଲୋକଙ୍କ ମୃତ୍ୟୁବରଣ ହୋଇଥାଏ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଓଡିଶାରେ ବଜ୍ରାଘାତ ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି । ଏଥିରେ ବିଭିନ୍ନ ପ୍ରକାରର ପର୍ଯ୍ୟବେକ୍ଷଣକୁ ନିୟୋଜିତ କରାଯିବ ।
ବାଲେଶ୍ୱରର ଚାନ୍ଦୀପୁରମ , ଡିଆରଡିଓ, ଭାରତ ପାଣିପାଗ ବିଭାଗ କେନ୍ଦ୍ର , ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅନୁଷ୍ଠାନ ଏହି ୩ ଟି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଯାଉଛି ।