ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତବର୍ଷ ଅର୍ଥାତ ୨୦୨୦ ରେ ଆସିଥିବା ମହାମାରୀ କରୋନା ସାରା ଦୁନିଆକୁ ଦୋହଲାଇ ଦେଇଛି । ଦୁନିଆର ସବୁଠାର ୁ ଶକ୍ତିଶାଳୀ ଦେଶ ଆମେରିକା ରେ ଏହାର ପ୍ରଭାବ ଅଧିକ ପଡିଛି । ଏଥିରେ ଭାରତ ମଧ୍ୟ ବାଦ୍ ପଡିିିନି । ଆମେରିକା, ଭାରତ ଏବଂ ବ୍ରିଟେନ୍ ସମେତ ଅନେକ ବଡ ଦେଶରେ ଏହି ଭାଇରସକୁ ରୋକିବା ପାଇଁ ଲକଡାନ୍ ର ଘୋଷଣା ମଧ୍ୟ କରାଯାଇଛି । ଅବଶ୍ୟ ପୂର୍ବାପେକ୍ଷା ଏବେ ସ୍ଥିତିରେ ସୁଧାର ଆସିଛି । ସେହିପରି ଅନେକ ଦେଶରେ ଟୀକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଆଉ ଏକ କଥା ଶୁଣିବାକୁ ମିଳୁଛି । ତାହା ହେଉଛି ଭ୍ୟାକ୍ସିନ ପାସପୋର୍ଟ । ତେବେ ଭ୍ୟାକ୍ସିନ ପାସପୋର୍ଟ କଣ ଏବଂ ଭବିଷ୍ୟତରେ ଏହା ଆପଣଙ୍କ ପାଇଁ କାହିଁକି ଜରୁରୀ ।
ଭ୍ୟାକ୍ସିନ ପାସପୋର୍ଟ: ସିଧା କଥାରେ କହିବାକୁ ଗଲେ ନିଜ ଦେଶରୁ କୌଣସି ଅନ୍ୟ ଦେଶକୁ ଯିବା ପାଇଁ ଏବେ ଆପଣଙ୍କୁ ଭ୍ୟାକ୍ସିନ ପାସପୋର୍ଟର ଆବଶ୍ୟକତା ପଡିବ । ଏହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗାମୀ କିଛି ଦିନରେ ଆମେରିକା ସମେତ ଅନ୍ୟ ଦେଶଗୁଡିକ ଏକ ଡିଜିଟାଲ ପାସପୋର୍ଟ ପ୍ରସ୍ତୁତ କରିବେ । ଯାହା ନାଗରିକଙ୍କୁ ବାଧ୍ୟ କରିବ କି ସେମାନେ କରୋନା ଭ୍ୟାକ୍ସିନ ଲଗାଇଛନ୍ତି । ଏଭଳି କ୍ଷେତ୍ରରେ ଅନ୍ୟ ଦେଶକୁ ଯାତ୍ରା କରିବା ପାଇଁ ଆପଣଙ୍କ ନିକଟରେ ‘ଭ୍ୟାକ୍ସିନ ପାସପୋର୍ଟ’ ଜରୁରୀ ହୋଇଯିବ ।
ଲଗାତର ଡିଜିଟାଲ ହେଉଥିବା ଏହି ଦୁନିଆରେ ଡାଟା ଲିକ୍ ନେଇ ସମସ୍ତଙ୍କ ମଧ୍ୟରେ ଡର ରହିଛି । ନିକଟରେ ଫେସବୁକ ଏବଂ ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆରେ ଅଭିଯୋଗ ଆସିଛି କି ଡାଟା ଲିକ୍ ହେଉଛି । ସେହିପରି ଭ୍ୟାକ୍ସିସ ପାସପୋର୍ଟ କୁ ନେଇ ସବୁଠାରୁ ବଡ ଚିନ୍ତା ତାର ଗୋପନୀୟତାକୁ ନେଇ ହେବ । ଅବଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ଭ୍ୟାକ୍ସିନ ପାସପୋର୍ଟ ଏକ ଦସ୍ତାବିଜ୍ ରୂପେ ଆସିବ କି ତା ପାଇଁ କୌଣସି ଆପ୍ ହେବ । କୁହାଯାଉଛି କି, ବିଦେଶ ଯାତ୍ରା ବ୍ୟତିତ କଂସର୍ଟ ଭେନ୍ୟୁ, ଫିଲ୍ମ ହଲ, ଅଫିସ ଆଦି ରେ ଏଡାକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇପାରେ ।