ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଭୁଲ ତଥ୍ୟ ଆସିବା ନେଇ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ୧,୧୭୮ ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୧୧୭୮ ପାକିସ୍ତାନ ଖଲିସ୍ତାନ ଲିଙ୍କ ଥିବା ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟୁଇଟରକୁ କହିଛନ୍ତି ।
କିଛିଦିନ ପୂର୍ବରୁ ମଧ୍ୟ ସରକାର ଟୁଇଟରକୁ ୨୫୦ ଟି ଏଭଳି ଆକାଉଣ୍ଟକୁ ବନ୍ଦ କରିବା ପାଇଁ କହିଥିଲେ । ଏଭଳି ସମୟରେ ଟୁଇଟର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ପବ୍ଲିକ ପଲିସିର ନିର୍ଦ୍ଦେଶକ ମହିମା କୋଲ ଇସ୍ତଫା ଦେଇଛନ୍ତି ।
ସରକାର ଯେଉଁ ଆକାଉଣ୍ଟକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ହେଉଛି ଖଲିସ୍ତାନୀ ସମର୍ଥକ । ଯେଉଁମାନଙ୍କର ପାକିସ୍ତାନ ସହ ଲିଙ୍କ ରହିଛି ଆଉ ଯାହାକୁ ବିଦେଶରୁ ପରିଚାଳନା କରାଯାଉଛି । ଏମାନଙ୍କ ମଧ୍ୟରୁ ଅନେକ ଆକାଉଣ୍ଟସ୍ ଅଟୋମେଟେଡ୍ ବଟସ ।ଯାହାର ବ୍ୟବହାର କୃଷକ ଆନ୍ଦୋଳନ ସମୟରେ ମିଥ୍ୟା ଖବର ପ୍ରସାରଣ ଓ ଉତ୍ତୋଜନା ପୂର୍ଣ୍ଣ କଣ୍ଟେଣ୍ଟ ଶେୟାର କରିବା ପାଇଁ କରାଯାଉଥିଲା ।
ସରକାର କହିଥିଲେ ଟୁଇଟର ଏକ ଇଣ୍ଟରମିଡିୟାରୀ ଅଟେ । ଆଉ ସେ ସରକାରଙ୍କ ନିୟମକୁ ମାନିବାକୁ ବାଧ୍ୟ ।ଏହାକୁ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।