ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । ବାଇଡେନ ରାଷ୍ଟ୍ରପତିି ପଦ ଭାବେ ଦାୟିତ୍ୱ ନେବା ପରେ ୨ ରାଷ୍ଟ୍ରନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଆଲୋଚନା । ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଜୋ ବାଇଡେଦଙ୍କ ସହ କେଉଁ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ସେ ନେଇ ମୋଦୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଜୋ ବାଇଡେନଙ୍କ ସହ କଥା ହୋଇ ତାଙ୍କ ସଫଳତା ପାଇଁ ଶୁଭକାମନା ଜଣାଇଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ୱପାକ୍ଷିକ ସଂପର୍କ ଓ କେତେକ ଆଞ୍ଚଳିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଜଳବାୟୁ ପରିବର୍ତ୍ତନ ସଂପର୍କରେ ସହଯୋଗ ଉପରେ ସହମତି ହୋଇଛି ।
ଜୋ ବାଇଡେନ ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଏହା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ପ୍ରଥମ କଥାବାର୍ତ୍ତା ହୋଇଛି । ବାଇଡେନ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।