ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦିଲ୍ଲୀ ହିଂସା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପ ସିନ୍ଧୁ ଗିରଫ ହୋଇଛନ୍ତି । ଦିଲ୍ଲୀ ପୋଲିସା ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଛି । ଦିଲ୍ଲୀ ହିଂସା କାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଲେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ । ହିଂସା ଘଟାଇଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଶତାଧିକ ସୁରକ୍ଷା ବାହିନୀ ଆହତ ହୋଇଥିଲେ ।
୧୫ ଦିନ ଧରି ଫେରାର ହୋଇଥିବା ଦୀପ ସିନ୍ଧୁ ଶେଷରେ ପୋଲିସ ହାତରେ ଧରାପଡିଛନ୍ତି । ପୋଲିସ ଏହି ଆକ୍ଟରଙ୍କ ବିରୋଧରେ ମାମଲା ଋଜୁ କରିବା ସହ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା । କିନ୍ତୁ ପେସାଦର ଅପରାଧୀ ଭାବେ ପୋଲିସକୁ ଚକମା ଦେଇ ଫେରାର ରହୁଥିଲା ସିଦ୍ଧୁ ।
ଦୀପ ସିନ୍ଧୁଙ୍କ ଜଣେ ବନ୍ଧୁ ସୋସିଆଲ ମିଡିଆ ଚଳାଇଥିଲେ । ଉକ୍ତ ବ୍ୟକ୍ତି ଜଣକ ଭାରତରେ ନୁହେଁ ବଂର ବିଦେଶରେ ରହି ଚଳାଇଥିଲେ ଏହି କାରନାମା । ଯେଉଁଥିପାଇଁ ପୋଲିସକୁ ଖୋଜିବାରେ ବାଧା ସୃଷ୍ଟି ହୋଇଥିଲା । ଦୀପ ସିନ୍ଧୁ ଭିଡିଓ କରୁଥିଲେ ଏବଂ ତାଙ୍କ ବନ୍ଧୁ ଜଣକ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରୁଥିଲେ ।
ଦୀପ ସିନ୍ଧୁ ଭିଡିଓ ମାଧ୍ୟମରେ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ହଇରାଣ ନକରିବା ପାଇଁ ପୋଲିସକୁ କହିଥିଲେ । ଏବଂ ଦୁଇ ଦିନ ମଧ୍ୟରେ ସେ ଥାନାରେ ନିଜ ଆଡୁ ଆସି ହାଜିର ହେବେ ବୋଲି କହିଥିଲେ । ଯାହାଫଳରେ କି ପୋଲିସକୁ ଦୀପ ସିନ୍ଧୁଙ୍କୁ ଗିରଫ କରିବାରେ ସଫଳ ହୋଇଛି ।