ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଣକାରୀଙ୍କ ପାଇଁ ଖୁସୀ ଖବର । କାନାରା ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କ ତାଙ୍କର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ଅଧାରିତ ଲାଣ୍ଡିଙ୍ଗ ରେଟ (ଏମସିଏଲଆର) ରେ ହ୍ରାସ କରିଛନ୍ତି । ଦର ହ୍ରାସ ପରେ ଏବେ ଏହି ବ୍ୟାଙ୍କର ଋଣ ଶସ୍ତା ହୋଇପାରେ । ଗୋଟେ ଦିନ ଏବଂ ଏକ ମାସ ଅବଧି ପାଇଁ କାନାରା ବ୍ୟାଙ୍କ ଏମସିଏଲଆର ରେ ୦.୧ ପ୍ରତିଶତ ହ୍ରାତ କରିଛି । ଏନେଇ ସୋମବାର ଦିନ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ଏକ ବୟାନରେ ବ୍ୟାଙ୍କ କହିଛି କି, ଓଭରନାଇଟ ଏବଂ ଏକ ମାସ ପାଇଁ ଏମସିଏଲଆର ଏବେ ୬.୭ ପ୍ରତିଶତ ହୋଇଛି । ଏହାବ୍ୟତିତ ତିନି ମାସ ପାଇଁ ଏମସିଏଲଆର ୬.୯୫ ପ୍ରତିଶତ, ଛଅ ମାସ ପାଇଁ ଏମସିଏଲଆର ୭.୩୦ ପ୍ରତିଶତ ଏବଂ ଏକ ବର୍ଷ ପାଇଁ ଏମସିଏଲଆର ୭.୩୫ ପଅତିଶତ ହୋଇଛି ।
ସେହିପରି ଏଚଡିଏଫସି ବ୍ୟାଙ୍କର ଓଭରନାଇଟ ଏମସିଏଲଆର ୬.୮୫ ପ୍ରତିଶତ । ଏକ ମାସ ଅବଧି ପାଇଁ ୬.୯ ପ୍ରତିଶତ, ତିନି ମାସ ପାଇଁ ଏମସିଏଲଆର ୬.୯୫ ପ୍ରତିଶତ, ୬ ମାସ ଅବଧି ପାଇଁ ୭.୦୫ ପ୍ରତିଶତ ହୋଇଛି । ଅନ୍ୟପଟେ ଏକ ବର୍ଷ ଅବଧି ପାଇଁ ଏହି ଦର ୭.୨ ପ୍ରତିଶତ, ଦୁଇବର୍ଷ ଅବଧି ପାଇଁ ଏମସିଏଲଆର ୭.୩ ପ୍ରତିଶତ, ୩ ବର୍ଷ ଅବଧି ପାଇଁ ଏମସିଏଲଆର ୭.୪ ପ୍ରତିଶତ ହୋଇଛି ।
ଯଦି ବ୍ୟାଙ୍କ ତାର ଏମସିଏଲଆର ବୃଦ୍ଧି କରେ ବା ହ୍ରାସ କରେ ତେବେ ନୂତନ ଋଣକାରୀଙ୍କ ପାଇଁ ସୁବିଧା ହୋଇଥାଏ ।