ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦିନକୁ ଦିନ ସାଇବର ଠକେଇଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟେ ମାସରେ ସାଇବର ଡେସ୍କକୁ ମୋଟ ୧୨୦୭ ଟି ଫୋନ କଲା ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱରରୁ ୩୬୮ ଟି କଲ ରହିଥିବା ବେଳେ ଭୁବନେଶ୍ୱର ବାହାରୁ ରହିଛି ୮୩୯ ଟି କଲ । ଭୁବନେଶ୍ୱରରୁ ୨୨୯ ଟି କଲ ଠକେଇ ସମ୍ପକୀତ ରହିଛି ।ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୁଧାଶୁଂ ଷଡଙ୍ଗୀ ।
ସମୁଦାୟ, ୧ କୋଟି ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଠକେଇ ହୋଇଥିବା ବେଳେ ଭୁବନେଶ୍ୱର କେବଳ ୫୨ ଲକ୍ଷ ୧୬ ହଜାର ୪୮୩ ଟଙ୍କା ଠକେଇ ହୋଇଛି। ସେଥିମଧ୍ୟରୁ ୭ ଲକ୍ଷ ୧୯ ହଜାର ୭୧୧ ଟଙ୍କା ବ୍ଲକ କରିପାରିଛୁ।ସିପି କହିଛନ୍ତି, କଟକରେ ଏକ ସାଇବର କ୍ରାଇମ ଥାନା କାର୍ୟ୍ୟକ୍ଷମ ଥିବା ବେଳେ ଭୁବନେଶ୍ୱରରେ ଏଥିପାଇଁ ଏକ ଥାନା ପାଇଁ ଦାବି ହେଉଛି। ଏନେଇ ରାଜ୍ୟ ପୁଲିସ୍ ସଦର ମହକୁମା, ରାଜ୍ୟ ସରକାରଙ୍କୁ ଜଣାଯାଇଛି।
ଅପରପକ୍ଷେ ଫ୍ରଡ୍ କଲ୍ ମୁଖ୍ୟତଃ ଝାଡଖଣ୍ଡର ଜାମତରା, ବିହାରର ଦେଓଘର ପାଖାପାଖି, ପଶ୍ଚିମ ବଙ୍ଗ, ବାଙ୍ଗଲାଦେଶ ସୀମାନ୍ତ ପାଖାପାଖି ଅଞ୍ଚଳ, ନୋଏଡ଼ା, କେରଳ, ରାଜସ୍ଥାନରୁ ଆସୁଛି। ଏଥିରେ ବେଶି ଓଡ଼ିଶାର ଲିଙ୍କ ମିଳୁନି। ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ହେଲପ୍ ଡେକ୍ସ କରାଯାଇଛି। ଜନସାଧାରଣଙ୍କ ତଥ୍ୟ ଆଧାରରେ ଅନେକ ଫୋନ୍, ବ୍ୟାଙ୍କ ଆକାଉଣ୍ଟ ବ୍ଲକ କରାଯାଇଛି।