ୱାଶିଂଟନ(ଏଟିଆର ବ୍ୟୁରୋ):ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନକ କାର୍ଯ୍ୟଭାର ସମ୍ବାଳିବା ପରେ ଜିନପିଙ୍ଗ ସହ ପ୍ରଥମ ଥର ଆଲୋଚନା କଲେ । ସେ ଚୀପ ବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଜିନପିଙ୍ଗଙ୍କ ମାନବାଧବକାର , ବ୍ୟାପର ଓ ଅନ୍ତଃରାଷ୍ଟ୍ରୀୟ ସୁରକ୍ଷାକୁ ନେଇ କଡା ସନ୍ଦେଶ ଦେଇଛନ୍ତି ।
ବାଇଡେନ ଓ ଏସିଆର ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ସହ ପୂର୍ବରୁ ଅଲୋଚନା ସାରିଛନ୍ତି । କେବ, ଆମେରିକା ରାଷ୍ଟ୍ରପତି ଭା;ବେ ନୁହେବରଂ ଦୁନିଆର ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥା ଅନୁସାରେ ଚୀନ ସହ ଆଲୋଚନା କରିବେ ବୋଲି ବାଇଡେନ କହିଛନ୍ତି ।
ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଜିନପିଙ୍ଗଙ୍କ ସହ ଆଲୋଚନା ବେଳେ ଚୀନର ଦାଦାଗିରି ଓ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତିକୁ ନେଇ ବାଇଡେନ୍ ଚିନ୍ତାବ୍ୟକ୍ତ କରିଛନ୍ତି । ଏହାବାଦ୍ ବାଇଡେନ୍ ମାନବାଧିକାର ପ୍ରସଙ୍ଗ ଉଠାଇଥିଲେ । ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ମୁକ୍ତ ରଖିବା ଲାଗି ଚୀନକୁ କୁହାଯାଇଛି । ଦୁଇ ନେତା କୋଭିଡ୍-୧୯, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି ।
ସେହିପରି ବାଇଡେନ ଲେଖିଛନ୍ତି ଚୀନର ଆର୍ଥିକ ନୀତି, ମାନବାଧିକାର ଉଲ୍ଲଂଘନ ଓ ତାଇୱାନରେ ଡ୍ରାଗନର ଦାଦାଗିରିକୁ ନେଇ ଚିନ୍ତା ପ୍ରକଟ କରିଛି । ଏଥିସହ ଆମେରିକା ଲୋକଙ୍କ ଫାଇଦା ହେଲେ ଚୀନ ସହ ମିଶି କାମ କରିବି ବୋଲି ଜିନପିଙ୍ଗଙ୍କୁ କହିଛି ।’