ପୁରୀ(ଏଟିଆର ବ୍ୟୁରୋ):ଏଣିକି ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇବା ସହ ଆଜିଠୁ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବାର ସୁଯୋଗ ପାଇବେ । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି । ସେହିପରି ପାନ ଗୁଟଖା ପକାଇବା ନେଇ ମଧ୍ୟ କଡାକଡି ଲାଗୁ କରାଯାଇଛି ।
ଆଜି ୧୦ ରୁ ୧୨ ହଜାର ଭକ୍ତଙ୍କ ପାଇଁ ଆନନ୍ଦବଜାରରେ ବସି ମହାପ୍ରସାଦ ପାଇବାକୁ ପ୍ରସ୍ତୁତି ଚାଲିଛି । ଏଣିକି ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର କଲେ ୧୦୦ ଟଙ୍କା ଜାରିମାନା ଦେବାକୁ ପଡିବ ।
ସେହିପରି ସୁଆର ମହାସୁଆର ନିଯୋଗ ୩୭ ରୁ ଅଧି୍କ ଦୋକାନରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥା କରିଛି ।ସାମାଜିକ ଦୂରତା ରକ୍ଷା କରିବ ଭକ୍ତମାନେ ଅବଢ଼ା ଖାଇବା ପ୍ରତି ନିଯୋଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଅନ୍ୟପଟେ ସାନିଟାଇଜେସନ ପାଇଁ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର । ଆସନ୍ତା ରବିବାର ମହାପ୍ରଭୁଙ୍କ ଚିତ୍ତକର୍ଷକ ପଦ୍ମବେଶ ଦର୍ଶନ ଅନୁଷ୍ଠିତ ହେବ । ଏତତ୍ ବ୍ୟତୀତ ଭକ୍ତଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଇବା, ଧାଡି ଦର୍ଶନରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ସାନିଟାଇଜ କରିବାକୁ ଜେଟିପି ଓ ପ୍ରତିହାରୀ ସେବକଙ୍କୁ ତାଲିମ ଦିଆଯାଇଛି ।