ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ମାଘ ମାସର ଗୁପ୍ତ ନବରାତ୍ରୀ । ଏହି ନବରାତ୍ରୀରେ ସିଦ୍ଧି ପ୍ରାପ୍ତ ପାଇଁ ତନ୍ତ୍ର-ମନ୍ତ୍ର ର ଉପଯୋଗ କରାଯାଇଥାଏ । ସେଥିପାଇଁ ଏହାକୁ ଗୁପ୍ତ ନବରାତ୍ରୀ କୁହାଯାଇଥାଏ । ମାନ୍ୟତା ଅନୁସାରେ ଏହି ନବରାତ୍ରୀରେ ରାଶି ଅନୁସାରେ ଉପାୟ କରିବା ଦ୍ୱାରା ସାଧକଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ନବରାତ୍ରୀରେ ରାଶି ଅନୁସାରେ କେଉଁ ଉପାୟ କରିବା ଉଚିତ୍ ।
ମେଷ:- ଏହି ରାଶତର ଲୋକଙ୍କୁ ତାଙ୍କ ମନସ୍କାମନା ପୁରଣ କରିବା ପାଇଁ ମାତା ସ୍କନ୍ଦମାତାଙ୍କ ପୂଜା କରିବା ଉଚିତ୍ । ଏହାସହିତ ଦୁର୍ଗା ସପ୍ତସତୀ ଏବଂ ଦୁର୍ଗା ଚାଳିଲା ପାଠ କରିବା ଉଚିତ୍ ।
ବୃଷ:- ନବରାତ୍ରୀରେ ବିଶେଷ ରୂପେ ମାତା ମହାଗୌରୀଙ୍କ ଉପାସନା କରନ୍ତୁ । ଲଳିତା ସହସ୍ରନାମ ପାଠ କରିବା ଦ୍ୱାରା ଅବିବାହିତା କନ୍ୟାକୁ ଭଲ ବର ମିଳିଥାଏ ।
ମିଥୁନ:- ଏହି ରାଶିର ଲୋକଙ୍କ ପାଇଁ ମା ବ୍ରହ୍ମଚାରିଣୀଙ୍କ ଉପାସନା କରିବା ଫଳଦାୟୀ ହୋଇଥାଏ । ଏହାସହିତ ତାରା କବଚ ପାଠ କରିବା ଉଚିତ୍ । ଏହାଦ୍ୱାରା ବହୁତ ଶୀଘ୍ର ଜ୍ଞାନ ପ୍ରାପ୍ତି ହୋଇଥାଏ ।
କର୍କଟ:- ଏହି ରାଶିର ଲୋକଙ୍କୁ ମା ଶୈଳପୁତ୍ରୀଙ୍କ ଉପାସନା କରିବା ଉଚିତ୍ । ଏହାସହିତ ଲକ୍ଷ୍ମୀ ସହସ୍ରନାମ ପାଠ କରିବା ଉଚିତ୍ । ଏହାଦ୍ୱାରା ମନରେ କୌଣସି ପ୍ରକାରର ଭୟ ନଥାଏ ।
ସିଂହ:- ଏହି ରାଶିର ଲୋକଙ୍କୁ କୁଷ୍ମାଣ୍ଡାଙ୍କ ସାଧନା କରିବା ଉଚିତ୍ । ଏହାସହିତ ଜୀବନରେ ସଫଳତା ପାଇବା ପାଇଁ ୫ ମାଳା ଦୁର୍ଗା ମନ୍ତ୍ର ଜପନ୍ତୁ ।
କନ୍ୟା:- ଏହି ରାଶିର ଲୋକଙ୍କୁ ବ୍ରହ୍ମଚାରିଣୀଙ୍କ ଉପାସନା କରିବା ଉଚିତ୍ । ଏହାଦ୍ୱାରା ବିଦ୍ୟାର୍ଥିଙ୍କୁ ସଫଳତା ମିଳିଥାଏ ।
ତୁଳା:- ଏହି ରାଶିର ଲୋକଙ୍କୁ ମହାଗୌରୀଙ୍କ ପୂଜା କରିବା ଉଚିତ୍ । ଏହାସହିତ ଦୁର୍ଗା ସପ୍ତଶତୀର ପ୍ରଥମ ଚରିତ୍ର ପାଠ କରନ୍ତୁ ।
ବିଛା:- ଏହି ରାଶିର ଲୋକଙ୍କୁ ସ୍କନ୍ଦମାତାଙ୍କ ଉପାସନା କରିବା ଉଚିତ୍ । ଏଭଳି କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।
ଧନୁ :- ଏହି ରାଶିର ଲୋକଙ୍କୁ ଚନ୍ଦ୍ରଘଣ୍ଟାଙ୍କ ଉପାସନା କରିବା ଉଚିତ୍ । ଏଭଳି କରିବା ଦ୍ୱାରା ସମସ୍ତ ଭୟ ଏବଂ ସମସ୍ୟା ଦୂର ହେବ ।
ମକର ରାଶି:- ଏହି ରାଶିର ଲୋକଙ୍କୁ ମା କାଳରାତ୍ରୀଙ୍କ ପୂଜା କରିବା ଉଚିତ୍ । ଏହାସହିତ ନର୍ବାଣ ମନ୍ତ୍ର ଜପିବା ଉଚିତ୍ । ଏଭଳି କରିବା ଦ୍ୱାରା ଜୀବନରେ କୌଣସି ବସ୍ତୁର ଅଭାବ ରହିବ ନାହିଁ ।
କୁମ୍ଭ:- ଏହି ରାଶିର ଲୋକଙ୍କୁ କାଳରାତ୍ରୀଙ୍କ ଉପାସନା କରିବା ଉଚିତ୍ । ଏହାଦ୍ୱାରା ଫଳଦାୟୀ ହୋଇଥାଏ ।
ମୀନ:- ଏହି ରାଶିର ଲୋକଙ୍କୁ ଚନ୍ଦ୍ରଘଣ୍ଟାଙ୍କ ଉପାସନ କରିବା ଉଚିତ୍ । ଏହାସହିତ ବଗଳାମୁଖୀ ମନ୍ତ୍ର ଜପିବା ଉଚିତ୍ ।