ଶ୍ରୀନଗର(ଏଟିଆର ବ୍ୟୁରୋ):୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଆତଙ୍କବାଦୀ ଜମ୍ମୁର ପୁଲୱାମା ବିସ୍ଫୋରଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି ।ଜମ୍ମୁ ବସଷ୍ଟାଣ୍ଡ ନିକଟରେ ସୁରକ୍ଷା ବାହିନୀ ବିପୁଳ ପରିମାଣର ବିସ୍ଫୋରଣ ଜବତ କରିଥିବାର ଜଣାପଡିଛି ।ଜମ୍ମୁ ବସଷ୍ଟାଣ୍ଡରୁ ୭ କିଲୋଗ୍ରାମର ବିସ୍ଫୋରକ ଜବତ କରିଛି ।
ବର୍ତ୍ତମାନ ଅପରାହ୍ନ ୪.୩୦ସମୟରେ ଜମ୍ମୁ ଜୋନର ଆଇଜିପି ମୁକେଶ ସିଂହ ଗଣମାଧ୍ୟମକୁ ସମ୍ବୋଧିତ କରିବେ ଏବଂ ଏହି ପ୍ରସଙ୍ଗରେ ଅଧିକ ସୂଚନା ପ୍ରଦାନ କରିବେ। ଏହା ସହ ସେ ନିକଟରେ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ବିଷୟରେ ମଧ୍ୟ ସୂଚନା ଦେବେ।
ଶନିବାର ଦିନ ଅନନ୍ତନାଗ ପୁଲିସ ସାମ୍ବା ଅଞ୍ଚଳରୁ ରେଜିଷ୍ଟେନ୍ସ ଫ୍ରଣ୍ଟ (ଟିଆରଏଫ) ର ଆତଙ୍କବାଦୀ ଜହୁର ଅହମ୍ମଦ ରାଠେରଙ୍କୁ ଗିରଫ କରିଥିଲା। ରାଠେର ଉପରେ ତିନି ଜଣ ବିଜେପି କର୍ମଚାରୀ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ରାଠେର ପାକିସ୍ତାନରେ ତାଲିମ ନେଇଥିବା ସହ ପରେ ରଜୌରୀ ଅଞ୍ଚଳରେ ଅନୁପ୍ରବେଶ କରି ଭାରତକୁ ଆସିଥିଲେ।