ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ୧୯ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଯାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଓଡିଶାର କିଛି ଜିଲ୍ଲାରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ବାବନା ରହିଛି ।
ସୁନ୍ଦରଗଡ,ଝାରସୁଗୁଡା,ବରଗଡ,ସମ୍ବଲପୁର,ଦେବଗଡ,ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,କଟକ,କନ୍ଧମାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି ଜିଲ୍ଲା ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ରାଜ୍ୟରେ ପାଗ ମେଘୁଆ ରହିବ । କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ସେହିପରି ୧୯ ତାରିଖରେ ମଧ୍ୟ ତାପମାତ୍ରା କମ ରହିବ । ୨୧ ରୁ ଧୀରେ ଧୀରେ ତାପମାତ୍ରା ବଢିବ ।
୨୦ରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରର ପୂର୍ବ ଦିଗରୁ ରାଜ୍ୟକୁ ପବନ ବୋହିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ବର୍ଷା ହେବ ବୋଲି ଡ. ସାହୁ ଅନୁମାନ କରିଛନ୍ତି ।