ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କୋଟିଆ ମାମଲାରେ ଆଜି ଶୁଣାଣି କରିଛି ସୁପ୍ରିମକୋର୍ଟ । ଆନ୍ଧ୍ର ଜବାବ ଦେବାକୁ ଓଡିଶା ସରକାରଙ୍କୁ ୪ ସପ୍ତାହର ସମୟ ଦେଇଛି ସୁପ୍ରିମକୋର୍ଟ । ୪ ସପ୍ତାହ ମଧ୍ୟରେ ଓଡିଶା ଦାଖଲ କରିବ ନିଜର ସମସ୍ତ ସରକାରୀ ଦସ୍ତାବିଜ ଓ ଦଲିଲ । ପୂର୍ବରୁ ଆନ୍ଧ୍ର ପକ୍ଷରୁ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା ।
ଏହି ମାମଲାର ତ୍ବରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାର ପତି ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଠିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ।
କୋରାପୁଟରେ ୩ ଟି ଗ୍ରାମରେ ନିର୍ବାଚନ ଆୟୋଜନ ପାଇଁ ଆନ୍ଧ୍ରପ୍ରଦେଶ ବିରୋଧରେ ଓଡିଶା ଅବମାନନା ଆବେଦନ କରିଥିଲା । ଓଡ଼ିଶାର କୋଟିଆ ଗାଁରେ ଆନ୍ଧ୍ରର ସରକାର ଜୋରଜବରଦସ୍ତ ପଞ୍ଚାୟତ ନିର୍ବାଚନ କରୁଥିବାରୁ ଏହ ଏବେ ଚର୍ଚ୍ଚାରେ ଅଛି ଓଡ଼ିଶାର ଅବମାନନା ପଟିସନକୁ ଯୁକ୍ତିଯୁକ୍ତ ନୁହେଁ ବୋଲି ଆନ୍ଧ୍ର ଯେଉଁ ସତ୍ୟପାଠ ଦାଖଲ କରିଛି ତାକୁ ଖଣ୍ଡନ କରିଛି ଓଡ଼ିଶା ।।