ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମୟୁରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣଙ୍କାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
ମୃତ୍ୟୁକଙ୍କ ମଧ୍ୟରୁ ୪ ଓଡିଆଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କ।। ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଅର୍ମଦା ରାଜ୍ୟ ରାଜପଥର ଶୀର୍ଷପାଳ ଛକରେ ସିରିଜ ଦୁର୍ଘଟଣା ଘଟିଥିଲା ।
ଗୋଟିଏ ଟ୍ରକ ଧକ୍କା ଦେବାରୁ ତିନିଟି ଅଟୋ କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଅଟୋଗୁଡିକ ଭାଙ୍ଗିଯିବା ସହ ଚାରିଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ନିୟମିତ ଦୁର୍ଘଟଣା ଘଟୁଥିବାରୁ ତିନିଦଫା ଦାବିରେ ଉତ୍ୟକ୍ତ ଅଞ୍ଚଳବାସୀ ଶୀର୍ଷାପାଳ ଛକରେ ରାସ୍ତା ଅବରୋଧ କରିବା ସହିତ ଧାରଣାରେ ବସିଥିଲେ।