ଭୁବନେଶ୍ୱର (ଏଟିଆର ବ୍ୟୁରୋ): LPG ସିଲିଣ୍ଡରରେ କେତେ ଗ୍ୟାସ ଅଛି? ଏହାକୁ ନେଇ ସର୍ବଦା ଲୋକଙ୍କ ମନରେ ଚିନ୍ତା ରହିଥାଏ । ଯଦି କୌଣସି ଭୋଜି କରୁଛନ୍ତି ହଠାତ୍ ଗ୍ୟାସ ସରିଗଲା, ସେତେବେଳେ ମୁଣ୍ଡ କାମ କରେ ନାହିଁ । ହଠାତ୍ ଗ୍ୟାସ କେଉଁଠୁ ଆଣିବେ । ସେଥିପାଇଁ ବିଲକୁଲ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ କିଛି ସରଳ ଉପାୟ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ସିଲିଣ୍ଡରରେ କେତେ ଗ୍ୟାସ ଅଛି ଜାଣି ପାରିବେ ।
– ଆପଣ ଚାହିଁଲେ ଏକ ଓଦା କପଡା ବ୍ୟବହାର କରି ଜାଣିପାରିବେ ଯେ ସିଲିଣ୍ଡରରେ ଗ୍ୟାସ କେତେ ଅଛି? ଏହି ଉପାୟ ବହୁତ ସରଳ ।
– ହୋଲକର ସାଇନ୍ସ କଲେଜର ପ୍ରଫେସର ବିଜେନ୍ଦ୍ର ରାୟଙ୍କ କହିବାନୁଯାୟୀ ଓଦା କପଡା ବ୍ୟବହାର କରି ଆମେ ସିଲିଣ୍ଡରରେ କେତେ ଗ୍ୟାସ ଅଛି ଜାଣି ପାରିବା । କାରଣ ଲିକ୍ୟୁଡି ଯେଉଁ ସ୍ଥାନରେ ଥାଏ ସେହି ସ୍ଥାନର ତାପମାତ୍ରା ଖାଲି ସ୍ଥାନ ଅପେକ୍ଷା କମ ଥାଏ ।
– ଆପଣମାନେ ପ୍ରାୟତଃ ସିଲିଣ୍ଡରକୁ ହଲାଇ ସେଥିରେ କେତେ ଗ୍ୟାସ ଅଛି ଜାଣୁଥିବେ । କିନ୍ତୁ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭୂଲ ।
– ସଠିକ୍ ଉପାୟରେ ଜାଣିବାକୁ ହେଲେ ପ୍ରଥମେ ଏକ ଓଦା ଟାଉଲକୁ ନେଇ ସିଲିଣ୍ଡର ଘୋଡାଇ ଦିଅନ୍ତୁ । ଏବଂ କିଛି ସମୟ ପରେ ଦେଖନ୍ତୁ ସିଲିଣ୍ଡର ଯେଉଁ ପର୍ଯ୍ୟନ୍ତ ଓଦା ଅଛି ତାର ଅର୍ଥ ସେତିକି ଗ୍ୟାସ ଅଛି । ଏହିଭଳି ଭାବେ ଆପଣ ସିଲିଣ୍ଡରରେ କେତେ ଗ୍ୟାସ ଅଛି ଜାଣି ପାରିବେ ।