ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆୟୋଜିତ ହେବାକୁ ଥିବା କୁମ୍ଭମେଳା ଏଥରକ କେବଳ ୨୮ ଦିନ ହେବ । ସାଧୁ-ସନ୍ଥଙ୍କ ସହ ଆଲୋଚନା କରିବା ପରେ ଉତ୍ତରାଖଣ୍ଡ ସରକାର ଏହି ନିଷ୍ପତି ନେଇଛନ୍ତି । ଏପ୍ରିଲ ୧ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ମେଳା ।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂହ ରାୱତ ସୂଚଦା ଦେଇ କହିଛନ୍ତି କି, କୁମ୍ଭମେଳା ୧ ରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ କରାଯିବ । ପୂର୍ବରୁ ହରିଦ୍ୱାରରେ ଆୟୋଜିତ କୁମ୍ଭମେଳା ଚାରି ମାସ ପର୍ଯ୍ୟନ୍ତ ଚାଲୁଥିଲା । ସେହିପରି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ମଧ୍ୟ କୁମ୍ଭମେଳା ସମ୍ବନ୍ଧରେ ଏସଓପି ଜାରି କରିସାରିଲେଣି । କୁମ୍ଭମେଳାକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ଏହି ଏସଓପିର ପାଳନ କରିବାକୁ ହେବ ।
ବାସ୍ତବରେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୁମ୍ଭ ମେଳାର ଅବଧିକୁ ସୀମିତ କରିବା ପାଇଁ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିଲା । ଏନେଇ ସାଧୁସନ୍ଥଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବା ପରେ ନିଷ୍ପତି ନେଇଛନ୍ତି କି, ଏପ୍ରିଲ ୧ରୁ ୨୮ ପର୍ଯ୍ୟନ୍ତ ହେବ କୁମ୍ଭମେଳା ।