ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି । ଫଳରେ ଦେଶରେ ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି ।
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ଏବଂ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି ।
କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ପିଛା ୮୮ ଟଙ୍କା ୯୧ ପଇସାରେ ବିକ୍ରି ହୋଇଛି । ମାଲକାନଗିରି ଆଜି ପେଟ୍ରୋଲ ପିଛା ୯୬ ଟଙ୍କା ୩୧ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୩ ଟଙ୍କା ୧୩ ପଇସା ରହିଛି ।
ସେହିପରି ସମ୍ବଲପୁରରେ ପେଟ୍ରୋଲ ଲିଟର ପିଛା ୯୨ ଟଙ୍କା ୨୧ ପଇସା ରହିଥିବା ବେଳେ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି ।
ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୩୪ ପଇସା ଥିବା ବେଳେ ଡିଜେଲ ୮୮ ଟଙ୍କା ୪୪ ପଇସାରେ ପହଞ୍ଚିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୯୧ ଟଙ୍କା ୧୨ ପଇସା ଓ ଡିଜେଲ ୮୪ ଟଙ୍କା ୧୯ ପଇସା ରହିଛି ।
ଅନ୍ୟପଟେ ପେଟ୍ରୋଲ ଓ ଡିଜେଲର ଦାମ ଲଗାତାର ଭାବେ ବୃଦ୍ଧି ପାଇବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ୪ ରାଜ୍ୟର ସରକାର ଏହା ଉପରେ ଲାଗୁଥିା ଟିକସକୁ ହ୍ରାସ କରିଛନ୍ତି ।