ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଆଜି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବର୍ତ୍ତମାନେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ସୂଚନା ଦେଇଛନ୍ତି ।ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟସରକାର କଟକଣା କଡାକଡି କରିଛନ୍ତି । ଏଭଳି ସ୍ଥିତି କୁ ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାରେ ବିଳମ୍ବ ହୋଇପାରେ ।
ଗତକାଲି ସମସ୍ତ ଡିଇଓଙ୍କୁ ଚିଡି ଲେଖି କହିଛନ୍ତି ବିଦ୍ୟାଳୟରେ ପାଠପଢା ବ୍ୟତୀତ ଅନ୍ୟ କୈାଣସି କାର୍ଯ୍ୟ ହେବ ନାହିଁବୋଲି କହିଛନ୍ତି ।ସେହିପରି କୋଭିଡ-୧୯ ନିରାପତ୍ତା ମାନିବା ପାଇଁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବାଧ୍ୟତାମୁଳକ କରାଯାଇଛି । ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି ।