ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ମୋଟ ୩୦ ଟି ସାଇନ୍ସ ପାର୍କ କରାଯିବ ।ଏହି ସାଇନ୍ସ ପାର୍କ ଖୋଲିବା ନେଇ ଭୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।ପ୍ରଥମ ପର୍ଯ୍ୟାୟରେ ୧୦ ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ପାର୍କ ହେବ । ଏଥିମଧ୍ୟରୁ ଭୁବନେଶ୍ୱରରେ ଗୋଟିଏ ସାଇନ୍ସ ପାର୍କ ରହିଛି ।
୪ ଟି ସାଇନ୍ସ ପାର୍କ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ବର୍ତ୍ତମାନ ରାଜ୍ୟରେ ବାରିପଦା , କେନ୍ଦୁଝର , ଗୋପାଳପୁର , ଓ ରାୟଗଡା ରେ ହେବ ବୋଲି କୁହାଯାଇଛି । ଏହାସହ ରାଉରକେଲା ଏବଂ ବଲାଙ୍ଗୀର ରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଗଞ୍ଜାମ , ମୟୂରଭଞ୍ଜ , କେନ୍ଦୁଝର , ଏବଂ ସୁନ୍ଦରଗଡ ଜିଲ୍ଲାରେ ବିଜ୍ଞାନକେନ୍ଦ୍ର ଓ ପ୍ଲାନେଟୋରିୟମ ନିର୍ମାଣଧୀନ ଅଛି । କୋରାପୁଟ ଜିଲ୍ଳାରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ଓ ରାୟଗଡା ଜିଲ୍ଲାରେ ପ୍ଲାନେଟୋରିୟମ ନିର୍ମାଣଧୀନ ରହିଛି ।