ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ରାଜଧାନୀ ସହର । ଶନିବାର ୪୦ ଟିଗ୍ରୀ ରେକର୍ଡ ସେଲସିୟସ ଡେଇଁଛି ପାରଦ । ସ୍ୱାଭାବିକଠାରୁ ୭ ଡିଗ୍ରୀ ସେଲସିୟସ୍ ଉପରକୁ ଉଠି ତାପମାତ୍ରା ୪୦.୭ ଡିଗ୍ରୀ ରେକଡରେ ପହଞ୍ଚିଛି ।
ସେହିପରି ଆସନ୍ତା କାଲି ରାଜଧାନୀରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁବ ବୋଲି ପୁର୍ବାନୁମାନ କରାଯାଉଛି । ମଧ୍ୟାହ୍ନ ସମୟରେ ଖରାରୁ ଦୁରରେ ରହିବା ପାଇଁ ଆବଶ୍ୟକ ପଡିଲେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ ବାହାରକୁ ନବାହାରିବା ପାଇଁ ୮ ଟି ଜିଲ୍ଲା ବାସିନ୍ଦାଙ୍କୁ ସତର୍କ କରାଯାଇଛି ।
ସେହିପରି ଖୋର୍ଦ୍ଧ । , ବାଲେଶ୍ୱର , କଟକ, ଯାଜପୁର , କେନ୍ଦ୍ରାପଡା , ବାଲେଶ୍ୱର , ଅନୁଗୁଳ ,ମୟୁରଭଞ୍ଜ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଭୀଷଣ ଥଣ୍ଡା ଅନୁଭବ ହେବ । ଏପରିକି ସ୍ୱାଭବିକଠାରୁ ୫ ଡିଗ୍ରୀ କମ ରହିବ ପାରଦ ।
ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ବାଭାବିକ ରହିଥିବା ବେଳେ ଉତ୍ତର ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳ ସମେତ ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକଠାରୁ ଟିକେ ଅଧିକ ରହିଛି। ତେବେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରା ଏହିଭଳି ରହିବ ବୋଲି କେନ୍ଦ୍ର ସୂଚନା ଦେଇଛି।