ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ଟିକା ନେଲେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା ପରିସରରେ ଥିବା ହସ୍ପିଟାଲ ରେ ସେ ଟିକା ନେଇଛନ୍ତି । ବାଚସ୍ପତିଙ୍କ ସହିତ ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ବିଧାୟକ ଭୁପିନ୍ଦର ସିଂହ ଓ ଜିତୁ ମିତ୍ରଙ୍କୁ ମଧ୍ୟ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ।
ଏହି ଦ୍ୱିତୀୟ ପର୍ଯ୍ୟାୟ ଟିକାରେ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ବୟସ୍କ ବ୍ୟକ୍ତି ଅର୍ଥାତ ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ସେମାନଙ୍କୁ ଏହି ଟିକା ପ୍ରଦାନ କରାଯିବ ।ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ, ଓ ମୁଖ୍ୟମନ୍ତ୍ରୀ ଟିକା ନେବା ସମୟରେ ନିଜର ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ଏମ୍ସରେ ଟିକା ନେଇଛନ୍ତି । ଏହି ଟିକା ନେବା ପାଇଁ ଦୁହେଁ ଡାକ୍ତର ଓ ବୈଜ୍ଞାନିକମାନଙ୍କୁ ଧନ୍ୟବାନ ଜଣାଇବା ସହ ଓଡିଶାବାସୀଙ୍କୁ ଟିକା ନେବା ପାଇଁ ଆହ୍ୱାନ ଦେଇଛନ୍ତି ।