ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ରିଲିଆନ୍ସ ଜିଓ ୨ଜି ମୁଫ୍ତ ଭାରତ ଅଭିଯାନ ଅନୁଯାୟୀ ଜିଓ ଫୋନ୍ ପାଇଁ ଦୁଇଟି ଅଫର ଲଞ୍ଚ କରିଛି । ଗୋଟେ ୧୯୯୯ ଟଙ୍କିଆ ଅଫର ହୋଇଥିବା ବେଳେ ଅନ୍ୟଟି ରହିଛି ୧୪୯୯ ଟଙ୍କିଆ ପ୍ଲାନ । ଏବେ ପୁଣି ଗ୍ରାହକଙ୍କ ପାଇଁ ୫ଟି ପ୍ଲାନ ଲଞ୍ଚ କରିଛି କମ୍ପାନୀ । ଯାହାର ପାରମ୍ଭିକ ଦାମ ୨୨ ଟଙ୍କା ରହିଛି । ତେବେ ଆସନ୍ତୁ ଜାଣିବା ସେହି ପ୍ଲାନ ବିଷୟରେ ।
ଜିଓ ଫୋନ ପାଇଁ କମ୍ପାନୀ ୨୨, ୫୨, ୭୨, ୧୦୨ ଏବଂ ୧୫୨ ଟଙ୍କିଆ ୫ଟି ପ୍ଲାନ ଲଞ୍ଚ କରିଛି । ଏହି ସମସ୍ତ ପ୍ଲାନ ଅଲ ଇନ୍ ୱନ ପ୍ଲାନ ଅଟେ କିନ୍ତୁ ଏଥିରେ କେବଳ ଡାଟା ହିଁ ମିଳିବ । ଅର୍ଥାତ ଏହି ପ୍ଳାନ ସେହିମାନଙ୍କ ପାଇଁ ଯେଉଁମାନେ ଡାଟା ପ୍ୟାକ ପାଇଁ ରିଚାର୍ଚ କରିବାକୁ ଚାହୁଁଥିବେ । ଏଥିରେ କଲିଂ ସୁବିଧା ମିଳିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ..
୨୨ ଟଙ୍କିଆ ପ୍ଲାନ୍: ଏହି ପ୍ଲାନରେ ୨ ଜିବି ଡାଟା ମିଳିବ ଯାହାର ବୈଧତା ୨୮ ଦିନ । ଏହି ପ୍ଲାନରେ ଜିଓର ସମସ୍ତ ଆପ୍ସର ଫ୍ରି ସବସ୍କ୍ରିପ୍ସନ ମିଳିବ ।
୫୨ ଟଙ୍କିଆ ପ୍ଲାନ:- ଏହି ପ୍ଲାନରେ ଆପଣଙ୍କୁ ୪ଜି ଡାଟା ମିଳିବ । ୨୮ ଦିନ ରହିଛି ଏହାର ବୈଧତା । ଡାଟା ଶେଷ ହେବା ପରେ ସ୍ପିଡ ୬୪କେବିପିଏସ ହୋଇଯିବ ।
୭୨ ଟଙ୍କିଆ ପ୍ଲାନ:- ଏହି ପ୍ଲାନରେ ପ୍ରତ୍ୟେକ ଦିନ ୫୦୦ ଏମବି ଡାଟା ମିଳିବ । ଯାହାର ବୈଧତା ୨୮ ଦିନ ।
୧୦୨ ଟଙ୍କିଆ ପ୍ଲାନ:- ଏହି ପ୍ଲାନରେ ମୋଟ ୨୮ ଜିବି ଡାଟା ମିଳିବ ଏବଂ ଏହାର ବୈଧତା ୨୮ ଦିନ ।
୧୫୨ ଟଙ୍କିଆ ପ୍ଲାନ:- ୨୮ ଦିନିଆ ବୈଧତା ବିଶିଷ୍ଟ ଏହି ପ୍ଲାନରେ ମୋଟ ୫୬ ଜିବି ଡାଟା ମିଳିବ । ଅର୍ଥାତ ପ୍ରତ୍ୟେକ ଦିନ ୨ ଜିବି ଡାଟା ମିଳିବ ।