ଅହମ୍ମଦାବାଦ(ଏଟିଆର ବ୍ୟୁରୋ):ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ୨ପରାସ୍ତ ହେଲେ ଅଷ୍ଟ୍ରେଲିଆ ଫାଇନାଲ ଟିକେଟ ହାସଲ କରିବ ବୋଲି ସମ୍ଭାବନା ରହିଛି । ସାରା କ୍ରିକେଟ ଦୁନିଆର ନଜର ରହିଛି ଏହି ମ୍ୟାଚ ଉପରେ ।
ଯଦି ଭାରତ ଏହି ମ୍ୟାଚ୍କୁ ଜିତେ କିମ୍ବା ଡ୍ର ରହେ; ତେବେ ଭାରତ ଫାଇନାଲ ଖେଳିବ। ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ଇଂଲଣ୍ଡ ଯଦି ଏହି ମ୍ୟାଚ୍ ଜିତେ; ତେବେ ଅଷ୍ଟ୍ରେଲିଆ ଫାଇନାଲ ଖେଳିବ। ତେବେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପର ଫାଇନାଲ ଅପେକ୍ଷା ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ଏହି ମ୍ୟାଚ୍ ଜିତିବାର ଅଧିକ କାରଣ ରହିଛି।
ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗତ ୩ଟି ଟେଷ୍ଟରେ ୯, ୮ ଓ ୭; ଏହିପରି ମୋଟ ୨୪ଟି ୱିକେଟ ନେଇଛନ୍ତି। ବାମହାତି ସ୍ପିନର ଅକ୍ଷର ପଟେଲ ଏହି ସିରିଜ୍ରେ ପଦାର୍ପଣ କରିଥିବା ବେଳେ ସେ ୧୦, ୧୧; ଏହିପରି ମୋଟ ୨୧ଟି ୱିକେଟ ନେଇଛନ୍ତି। ତେଣୁ ୪ର୍ଥ ଟେଷ୍ଟରେ ଅଶ୍ବିନ ଓ ଅକ୍ଷରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ।
୨୦୧୨ ପରଠାରୁ ଇଂଲଣ୍ଡଠାରୁ ଘରୋଇ ଟେଷ୍ଟ ସିରିଜ୍ ଭାରତ ହାରିନାହିଁ। ଏଥର ମଧ୍ୟ ଏହି ଧାରା ବଜାୟ ରହିବ ବୋଲି କ୍ରିକେଟ୍ ବିଶେଷଜ୍ଞ ଆକଳନ କରିଛନ୍ତି।