ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୭୦ ଏକ ନୁହେଁ ବରଂ ୧୦୭ ଏକର ଜମିରେ ନିର୍ମାଣ ହେବ ଅଯୋଧ୍ୟାର ରାମ ମନ୍ଦିର ପରିସର । ସେଥିପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ରାମ ଜନ୍ମଭୂମି ପରିସର ନିକଟରେ ୭୨୮୫ ବର୍ଗ ଫୁଟ ଜମି କିଣାଯାଇଛି । ଏନେଇ ଟ୍ରଷ୍ଟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ଉତ୍ତରପ୍ରଦେଶର ପବିତ୍ର ସହରରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରୁଥିବା ଟ୍ରଷ୍ଟ ୭୨୮୫ ବର୍ଗ ଫୁଟ ଜମି କିଣିଛି ଏବଂ ପ୍ରତି ବର୍ଗ ଫୁଟର ଦାମ ୧୩୭୩ ଟଙ୍କା ହିସାବରେ ଏକ କୋଟି ଟଙ୍କା ପେମେଣ୍ଟ କରିଛି ଟ୍ରଷ୍ଟ । ପୂର୍ବରୁ ୭୦ ଏକର ଜମିରେ ମନ୍ଦିର ପରିସର ନିର୍ମାଣ ନେଇ ସ୍ଥିର ହୋଇଥିଲା ।
ସୂତ୍ର ମୂତାବକ, ଆହୁରୀ ଅଧିକ ଜମି କିଣିବା ଲାଗି ଯୋଜନା ରଖିଛି ଟ୍ରଷ୍ଟ । ରାମମନ୍ଦିର ପରିସର ନିକଟସ୍ଥ ଥିବା ମନ୍ଦିର, ଘର, ଏବଂ ଖାଲି ପଡିଆ ପଡିଥିବା ପଡିଆ ମାଲିକଙ୍କ ସହ ଏହି ସମ୍ବନ୍ଧରେ ଆଲୋଚନା କରୁଛି ଟ୍ରଷ୍ଟ ।
ଅନ୍ୟପଟେ ରାମମନ୍ଦିର ନିର୍ମାଣ ପାଇଁ ବର୍ଷ ଆରମ୍ଭରେ ଦେଶବ୍ୟାପି ଚାନ୍ଦା ଅଭିଯାନ ଆରମ୍ଭ କରିଥିଲା ଟ୍ରଷ୍ଟ । ସେହିନୁଯାୟୀ ପ୍ରାୟତଃ ୨୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ହୋଇଛି ।