ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନୂତନ ବିବାହରରେ ନବ ଦମ୍ପତ୍ତିଙ୍କ ମଧ୍ୟରେ ଖୁବ୍ ଭଲ ପାଇବା ସହ ରୋମାନ୍ସ ଦେଖାଦେଇଥାଏ । କିନ୍ତୁ ବିବାହର କିଛି ବର୍ଷ ପରେ ଦମ୍ପତ୍ତିଙ୍କ ମଧ୍ୟରେ ରୋମାନ୍ସ କମି ଯାଇଥାଏ । ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣାଇଲା ପରେ ଆପଣଙ୍କ ଭଲ ପାଇବା ଫେରିପାଇବେ ।
ଆପଣଙ୍କ ମନେ ଅଛି ପ୍ରଥମେ କେଉଁଠିକୁ ଡେଟରେ ଯାଇଥିଲେ? କେଉଁଠାରେ ବସି ଭଲ ମୁହୁର୍ତ୍ତ ବିତାଇଥିଲେ? ଯଦି ହଁ ତେବେ ସେହି ସବୁ କଥାକୁ ମନେ ପକାଇ ଦ୍ୱିତୀୟ ଥର ଆପଣଙ୍କ ସାଥୀଙ୍କୁ ନେଇ ସେହି ସବୁ ସ୍ଥାନକୁ ଯାଆନ୍ତୁ । ଏହି ଉପାୟ ଆପଣଙ୍କ ଭଲ ପାଇବାକୁ ପୁଣି ଥରେ ତାଜା କରିଦେବ ।
ଯଦି ଆପଣ ସତରେ ଚାହୁଁଛନ୍ତି କି ଦୁଇଜଣଙ୍କ ଭିତରେ ଭଲ ପାଇବା ଆଗ ଭଳି ହେଉ, ସେଥିପାଇଁ ଆପଣଙ୍କର ସାଥୀଙ୍କ ଫୋନ ତାଙ୍କ ଠାରୁ ଦୂରେଇ ରଖନ୍ତୁ । କାରଣ ସାରାଦିନ ଅଫିସରେ ରହିଲା ପରେ ସେ ଫୋନ ରେ ପୂରା ବ୍ୟସ୍ତ ହୋଇ ଯାଆନ୍ତି । ସେଥିପାଇଁ ସବୁଠାରୁ ଭଲ ଉପାୟ ଫୋନ୍ ଠାରୁ ଦୂରେଇ ରହିବା ।
ଆପଣ ଆପଣଙ୍କ ସାଥୀଙ୍କ ସହ ମିଶି ଯେକୌଣସି କ୍ଲାସରେ ଏକାଠି ଯୋଗ ଦିଅନ୍ତୁ । ଯେପରିକି ଡ୍ୟାନ୍ସ, ଯୋଗ, ଜିମ୍, ସୁଇମିଙ୍ଗ । ଏଭଳି କରିବା ଦ୍ୱାରା ଦୁହିଁଙ୍କ ମଧ୍ୟରେ ରୋମାନ୍ସ ବଢିଥାଏ ।