ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟାଟା ମୋଟର୍ସ ତାର ଲୋକପ୍ରିୟ ହାଚବ୍ୟାକ କାର ଟିୟାଗୋର xta ଭ୍ୟାରିଏଣ୍ଟ ଲଞ୍ଚ କରିଛି । ଏଏମଟି ଗିୟରବକ୍ସ ସହ ଅଣାଯାଇଥିବା ଏହି ଭ୍ୟାରିଏଣ୍ଟର ଦାମ୍ ୫.୯୯ ଲକ୍ଷ ଟଙ୍କା ରଖାଯାଇଛି । ଯାହା ମାନୁଆଲ ଗିୟରବକ୍ସ ବିଶିଷ୍ଟ ଏକ୍ସଟି ଭ୍ୟାରିଏଣ୍ଟରୁ ୫୦ ହଜାର ଟଙ୍କା ଅଧିକ । ଏହାପୂର୍ବରୁ ଟିୟାଗୋର ଏକ୍ସଜେଡଏ ସବୁଠାରୁ ଶସ୍ତା ଅଟୋମେଟିକ ଭ୍ୟାରିଏଣ୍ଟ ଥିଲା । ଯାହାର ମୂଲ୍ୟ ୬.୪୬ ଲକ୍ଷ ଟଙ୍କା ଥିଲା ।
ଏହି କାର୍ କୁ ଲଞ୍ଚ କରି ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ ବିଜେନେସ ୟୁନିଟର ମାର୍କେଟିଙ୍ଗ ହେଡ କହିଛନ୍ତି କି, ଆମେ ଲଗାତର ଭାବେ ବଜାରରୁ ଫିଡବ୍ୟାକ ନେଉଛୁ । ଟାଟା ଟିୟାଗୋ କୁ ଭାରତରେ ଭଲ ପ୍ରତିକ୍ରିୟା ମିଳିଛି । ଗତ କିଛି ଦିନ ହେବ କାର୍ ର ଅଟୋମେଟିକ ଭ୍ୟାରିଏଣ୍ଟର ଚାହିଦା ବଢିଛି । ଏହାକୁ ଦୃଷ୍ଟିରେ ଟିୟାଗୋର ଏହି ନୂତନ ଭ୍ୟାରିଏଣ୍ଟକୁ ଲଞ୍ଚ କରାଯାଇଛି । ଯାହାଫଳରେ ଗ୍ରାହକ କମ ଦାମ୍ ରେ ଅଟୋମେଟିକ ଗିୟରବକ୍ସର ଲାଭ ଉଠାଇପାରିବେ ।
ଯଦି ଇଂଜିନ୍ କଥା କହିବା ତେବେ ଟାଟା ଟିୟାଗୋ ର ଇଂଜିନ୍ ୮୬ ବିଏଚପି ର ପାୱର ଏବଂ ୧୧୩ ନ୍ୟୁଟନ ମିଟରର ଟାର୍କ ଜେନେରେଟ କରିବ । ଏହି ଇଂଜିନ୍ ସହିତ ଗ୍ରାହକଙ୍କୁ ୫ ସ୍ପିଡ ମ୍ୟାନୁଆଲ ସହିତ ୫ ସ୍ପିଡ ଏଏମଟି ର ବିକଳ୍ପ ମଧ୍ୟ ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ଭାରତୀୟ ବଜାରରେ ଟାଟା ଟିୟାଗୋ ଲଞ୍ଚ କରାଯାଇଥିଲା । ଏହାପରେ ଗତବର୍ଷ ଏହାର ଫେସାଲିଫ୍ଟ ଭର୍ସନ ମଧ୍ୟ ବଜାରକୁ ଅଣାଯାଇଥିଲା ।