ପୁରୀ(ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହେବ ପୁରୀରେ ମୋ ଧାମ ଗର୍ବ କାର୍ଯ୍ୟକ୍ରମ । ଏଣିକି ପ୍ରତି ଶନିବାର ସକାଳ ୬.୩୦ ରୁ ୮.୩୦ ପର୍ଯ୍ୟନ୍ତ ଅର୍ଥାତ ଦୁଇ ଘଣ୍ଟା ଧରି ବଡଦାଣ୍ଡ ସେବା କରାଯିବ । ପବିତ୍ର ବଡଦାଣ୍ଡ ଓ ପୁରୀ ସହରକୁ ସ୍ୱେଚ୍ଛାକୃତ ଭାବେ ନିଜକୁ ସାମିଲ କରିବା ପାଇଁ ପୁରୀବାସୀ ଓ ପର୍ଯ୍ୟଟକମାନଙ୍କୁ ଆହ୍ୱାନ ଦେଇଛନ୍ତି ପୁରୀ ପ୍ରଶାସନ ।
ମନ୍ଦିର କାର୍ଯ୍ୟାଳୟଠାରୁ ମରିଚିକା ଛକ,ମରିଚିକା ଛକଠାରୁ ମାର୍କେଟ ଛକ ,ଡାକ୍ତରଖାନା ଛକଠାରୁ ବଡଶଙ୍ଖ ଓ ବଡଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଛାତ୍ରଛାତୀ,ବାଣିଜ୍ୟ ସଂଘ , ସ୍ଥାନୀୟ ବାସିନ୍ଦା , ଯୋଗ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାଯ୍ୟକ୍ରମ , ବକ୍ତୃ୍ତା ପ୍ରତିଯୋଗିତା , ରଙ୍ଗୋଲି , କୁଇଜ ପ୍ରୋଗ୍ରାମ , ଓ ତା ସହ ଚିତ୍ରାଙ୍କନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ରହିଛି ।ଏହା ସହ କୃତି ପ୍ରତି ଯୋଗୀତାମାନଙ୍କୁ ଗୁଣ୍ଡିଚା ମନ୍ଦିର ନିକଟରେ ପୁରସୃତ ମଧ୍ୟ କରାଯିବାର ଆୟୋଜନ ରହିଛି । ଏହି ସଫେଣ କରଣ ଅଭିଯାନରେ ପ୍ରାୟ ଦେଢ ହଜାର ବ୍ୟକ୍ତି ଯୋଗ ଦେଇଥିଲେ ।