ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ କ୍ୟାବିନେଟ ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଦିଲ୍ଲୀରେ ନିଜସ୍ୱ ଶିକ୍ଷା ବୋର୍ଡ ରହିବ ବୋଲି ପ୍ରେସ କନ୍ସଫରେନ୍ସ ଜରିଆରେ କହିଛନ୍ତି । ଏଥିପାଇଁ କ୍ୟାବିାନଟ ମଞ୍ଜୁରୀ ପ୍ରଦାନ କରିଛି ।
ବର୍ତ୍ତମାନ ଦିଲ୍ଲୀରେ କେବଳ ସି.ବି.ଏ.ସି ,ଆ.ସି.ଏ.ସି ବୋର୍ଡ ରହିଛି । ଅଧ୍ୟୟନଗୁଡିକ ସି.ବି.ଏ.ସି ,ଆ.ସି.ଏ.ସି ମାଧ୍ୟମରେ କରାଯାଇଥାଏ । ୨୦୨୧-୨୨ ବର୍ଷରେ କିଛି ବିଦ୍ୟାଳୟ ନୂତନ ବୋର୍ଡ ଅଧୀନରେ ଅଧ୍ୟୟନ କରିବ ବୋଲି କେଜ୍ରିିୱାଲ କହିଛନ୍ତି । ଏହାଦ୍ୱାରା କେବଳ ଦ୍ୱିଲ୍ଲୀ ନୁହେଁ ବଂର ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଭାବ ପଡିବାକୁ ଯାଉଛି ।ସରକାର ପ୍ରତିବର୍ଷ ବଜେଟରେ ୨୫ ପ୍ରତିଶତ ଶିକ୍ଷା ପାଇଁ ରଖୁଛନ୍ତି । ସେହିପରି ବର୍ତ୍ତମାନ ଦିଲ୍ଲୀ ସରକାର ମଧ୍ୟ ନିଜର ବୋର୍ଡ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।