ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପୁଣି ଭାରତରେ ଖେଳାଯିବ ଆଇପିଏଲ । ୨୦୨୦ ରେ କରୋନା ମହାମାରୀ କାରଣରୁ ମୁମ୍ବାଇରେ ଆଇପିଏଲ ଖେଳାଯାଇଥିଲା । ଏହି ମ୍ୟାଚ୍ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ତାରିଖ ପର୍ୟ୍ୟନ୍ତ ଦେଶର ୬ଟି ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଛି।୨୦୨୧ ରେ ୧୪ତମ ଆଇପିଏଲ ଆରମ୍ଭ ହେବ ।
ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ ଖେଳାଯିବ।ସମୁଦାୟ ୫୨ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬୦ ଟି ମ୍ୟାଚ୍ ଖେଳାଯିବ ।ଭାରତରେ ଆଇପିଏଲ ଖେଳାଯିବାର ନିସ୍ତପି ସରିଥିବା ବେଳେ କେବଳ ଗଭର୍ଣ୍ଣିଂ କାଉନସିଲର ମୋହରକୁ ଅପେକ୍ଷା ରହିଛି । ତେବେ ଏହା ପରେ ଆଇପିଏଲ ଭାରତରେ କେଉଁ ସ୍ଥାନରେ ହେବ ତା ଉପରେ ଆଲୋଚନା କରାଯିବ ।
ଆଇପିଏଲ ଏହି ଆଗାମୀ ମ୍ୟାଚ୍ ପାଇଁ ଭାରତର ୬ଟି ସ୍ଥାନ ବିସିସିଆଇ ନିଷ୍ପତ୍ତି ନେବା ପରେ ଏ ନେଇ ଘୋଷଣା ହୋଇଛି।ସେହିପରି ୫୦ରୁ ୭୦% ଦର୍ଶକଙ୍କୁ ମଧ୍ୟ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଛଡ଼ା ଯିବ।