ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜିଠାରୁ ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ । ଆସନ୍ତା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ।କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟ ହେବ ବୋଲି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ।
ଆସାମ, ପଶ୍ଚିମବଙ୍ଗ ତାମିଲନାଡୁ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାରୁ ଅଧିବେଶନ କାଣ୍ଟଛାଣ୍ଟ ହୋଇପାରେ ।ଏଥିପାଇଁ ବାଚସ୍ପତି ଓମ୍ ବିଲ୍ଲା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଅନୁରୋଧ କରିଛନ୍ତି ।
ଲୋଭସଭା ଅଧିବେଶନ ଅପରାହ୍ନ ୪ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏବଂ ରାଜ୍ୟସଭା ଅଧିବେଶନ ସକାଳ ୯ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଚାଲିବ । ସାଂସଦମାନେ ଆସନ୍ତାକାଲିଠାରୁ ଟିକା ଗୟହଣ କରିବେ ବୋଲି କୁହାଯାଇଛି । ଏହି ଅଧିବେଶନରେ ପେନସନ୍ ସଂଶୋଧନ, ଡିଜିଟାଲ କରେନ୍ସି ନିୟମ ଭଳି ବିଧେୟକଗୁଡିକୁ ସଂସଦରେ ଗୃହୀତ କରିବା ଲାଗି ମଧ୍ୟ ପ୍ରସ୍ତୁତ ହେଉଛନ୍ତି।