କଟକ(ଏଟିିଆର ବ୍ୟୁରୋ):କଟକ ବଡ ମେଡିକାଲରେ ରୋଗୀଙ୍କ ଉପରେ ଖସି ପଡିଲା ଫ୍ୟାନ ।ଫ୍ୟାନଟି ଜଣେ ମହିଳାଙ୍କ ଉପରେ ପଡିବାରୁ ସେ ଆହତ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ମହିଳା ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛନ୍ତି ।
୪ ଦିନ ତଳେ ଏସିବିରେ ଭର୍ତ୍ତି ହୋଇଥିଲେ ଯାଜପୁର ଜିଲ୍ଲାର ଏହି ମହିଳା । ନିଆଁରେ ପୋଡି ହୋଇ ସେ ସର୍ଜରୀ ବିଭାଗରେ ଚିକିତ୍ସିତ ହୋଇଥିଲେ । ତେବେ ଫ୍ୟାନଟି ତାଙ୍କ ଉପରେ କିଭଳି ଖସି ପଡିଲା ତାହା ଜଣାପଡି ନାହିଁ ।ମହିଳା ଜଣଙ୍କ ଯାଜପୁରର ସୌଦାମିନି ପାଣିଗ୍ରାହୀ ।