ଭୁବନେଶ୍ୱର(ଏଟିଆର ବ୍ୟୁରୋ):୨୦୨୧ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଗୈାତମ ଦାସ ୯୯.୯ ସ୍କୋର କରି ଓଡିଶା ଟପ୍ପର ହୋଇଛନ୍ତି । ଚଳିତ ବର୍ଷ ଏନଟିଏ ପକ୍ଷରୁ ପ୍ରକାଶ ପାଇଥିବା ଏହି ରେଜଲ୍ଟରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖି ଉତ୍ତାର୍ଣ୍ଣ ହୋଇଛନ୍ତି ।
ପରୀକ୍ଷା ପାଇଁ ମୋଟ ୬.୫୨ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିଲେ । ସେଥି ମଧ୍ୟରୁ ମୋଟ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ । ପେପର ୧ ରେ ପ୍ରାୟ ୬ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ଏନଟିଏ ସ୍କୋର ପାଇଛନ୍ତି ।
ଶତପ୍ରତିଶତ ସ୍କୋର ହାସଲ କରିଥିବା ଛାତ୍ରମାନେ ହେଉଛନ୍ତି ରାଜସ୍ଥାନର ସାକେତ ଝା ,ଚଣ୍ଡିଗଡର ଗୁରମିତ ସିଂ,ପ୍ରଭାତ କାଟାରିଆ, ଓ ଦିଲ୍ଲୀ ଏନସିଆରରୁ ରିମଝିମ ଦାସ, ମହାରାଷ୍ଟ୍ର ସିଦ୍ଧ ମୁଖାର୍ଜୀ ଅଛନ୍ତି । ପ୍ରଥମ ଥର ପାଇଁ ୧୩ ଟି ଭାଷାରେ ଇଂରାଜ,ହିନ୍ଦୀ,ବଙ୍ଗଳା,ଆସାମ,କନ୍ନଡ,ମାଲୟଲମ,ମରାଠୀ,ଓଡିଆ,ପଞ୍ଜାବୀ,ତାମିଲ,ତେଲୁଗୁ ଓ ଉର୍ଦ୍ଦୁରେ ପରୀକ୍ଷା ହୋଇଥିଲା ।କଲମ୍ବୋ,ଦୋହା,ଦୁବାଇ,କାଠମାଣ୍ଡୁ,ମସ୍କାଟ,ରିୟାଦ,ଶାରଜା,ସିଙ୍ଗାପୁର,ଓ କୁଏତର ଭାରତ ବାହାରେ ଥିା ୯ ଟି ସହରରେ ୩୩୧ ଟି ଏହି ପରୀକ୍ଷା କରାଯାଇଥିଲା ।